ପରିତ୍ୟକ୍ତ ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହେଲା ନବଜାତ କନ୍ଯାରତ୍ନ।


ସମ୍ବଲପୁର-୧୩/୧୨ (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଧୀନସ୍ଥ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲରେ ପଡିଥିବା ନବଜାତ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ, ପୁଲିସ ଏବଂ ଓଡ୍ରାଫ୍‌ ଟିମ୍‌ର କର୍ମଚାରୀଙ୍କ ପ୍ରାୟ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ବଳରେ ନବଜାତକୁ ପ୍ରାୟ ୧୫ ଫୁଟ୍‌ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି । ଏହା ପରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ମେଡିକାଲ ଟିମ୍‌ର ନେତୃତ୍ଵରେ ଏକ ଆମ୍ବୁଲାନ୍ଵରେ ନବଜାତ ଶିଶୁକନ୍ୟାକୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଛି। ତେବେ ଶିଶୁଟି ଜୀବନ୍ତ ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସମଲପୁର ଜିଲ୍ଲା ପ୍ରଶାସନ ଓ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ସମସ୍ତ କର୍ମଚାରୀ ଆସ୍ୱସ୍ତି ଅନୁଭବ କରିଥିଲେ। ଜୟ ମାଁ ସମଲେଶ୍ବରୀ ଧ୍ବନିରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଥିଲା
ଶିଶୁଟିର ଉଦ୍ଧାର ପାଇଁ ଭିକ୍କିମ ଲୋକେସନ କ୍ୟାମେରା ମଧ୍ଯ ରାଜ୍ୟ ସରକାର ଉଡ଼ାଜାହାଜରେ ପଠାଇଥିଲେ । ଭୁବନେଶ୍ବରରୁ ଏକ ସ୍ଵତନ୍ତ୍ର ବିମାନରେ ଏହି ଭିକ୍ପସିମ ଲୋକେସନ କ୍ୟାମେରା ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ରେଙ୍ଗାଲି ଲାରିପାଲି ଯାଇ ଉଦ୍ଧାର କାମରେ ଲାଗିଥିଲା। ଆଉ ଶେଷରେ ଶିଶୁଟି ଜୀବନ୍ତ ଉଦ୍ଧାର କରାଯାଇଛି । ଏହା ପରେ ଶିଶୁର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି । ମେଡିକାଲ ଟିମ୍‌ର ନେତୃତ୍‌ରେ ଏକ ଆମ୍ମୁଲାନ୍ବ୍‌ ରେ ନବଜାତ ଶି ଶୁକନ୍ୟାକୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଛି । ସେଠାରେ ଶିଶୁଟିର ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।