ଦେବଗଡ଼: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ସ୍ଥାନୀୟ ଟାଉନ ହଲଠାରେ ୧୯ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଆଜି ଦ୍ବିତୀୟ ସଂଧ୍ୟାରେ ମଣିପୁର ଇମ୍ଫାଲର ଲେମା ରେମ୍ବି ଆର୍ଟ ଏଣ୍ଡ କଲଚରାଲ ଏସୋସିଏସନ ପକ୍ଷରୁ ମଣିପୁରୀ ନାଟକ ‘ନୁପିଗି ପଙ୍ଗଲ‘(ନାରୀଶକ୍ତି) ନାଟକ ମଂଚସ୍ଥ ହୋଇଥିଲା । ଅନୁଷ୍ଠାନର ସଭାପତି ଅଶୋକ ନନ୍ଦଙ୍କ ସଭାପତିିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ, ଉପନଗରପାଳ ପ୍ରଜିତ ଭୋଜ, ଆଇନଜୀବି ସିଦ୍ଧେଶ୍ବର ଗୁରୁ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସଂପାଦକ ସୁଜିତ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜନ୍ମାଜୟ ନାୟକ ମଂଚ ପରିଚାଳନା କରିଥିଲେ । ଅନୁଷ୍ଠାନର ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା ଧନ୍ୟବାଦ ଦେଇଥିଲେ ।ଏହାପରେ ମଣିପୁର ଇମ୍ଫାଲର ଲେମା ରେମ୍ବି ଆର୍ଟ ଏଣ୍ଡ କଲଚରାଲ ଏସୋସିଏସନ ପକ୍ଷରୁ କେ.ବି ଶର୍ମାଙ୍କ ରଚିତ ଓ ନିର୍ଦ୍ଦେଶିତ ମଣିପୁରୀ ନାଟକ ‘ନୁପିଗି ପଙ୍ଗଲ‘(ନାରୀଶକ୍ତି) ମଂଚସ୍ଥ ହୋଇଥିଲା । ସମାଜରେ ଦୁର୍ବଳଶ୍ରେଣୀ ହିସାବରେ ନାରୀକୁ ବିବେଚନା କରିବା ପ୍ରସଙ୍ଗକୁ ଉକ୍ତ ନାଟକ ଆଧାରିତ । ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କୋଷାଧ୍ୟକ୍ଷ ଚିତ୍ତରଂଜନ ଦାସ, ଯୁଗ୍ମ ସଂପାଦକ ବିଶାଲ ନାୟକ, ସହସଂପାଦକ ବଂଶୀଧର ସାହୁ, ଅମ୍ଲାଂଶୁ ପୂଜାରୀ,ଶୁଭମ ମହାଙ୍କୁର, ରାକେଶ ଶତପଥି, ଶିବାଶିଷ ଝାଙ୍କର ସମତେ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।