Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତି ଗାଁରେ, ଘରେଘରେ ପହଞ୍ଚିବ ମିଲେଟ୍ ମିଶନ : ବିଶ୍ବନାଥପୁରରେ ଶେଷ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ

କଳାହାଣ୍ଡି,୧୩/୧୨-ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଅବସରରେ ଓଡ଼ିଶା ସରକାରଙ୍କ କ୍ରୁଷି ଓ କ୍ରୁଷକ ସଶକ୍ତିକରଣ ବିଭାଗ ଦ୍ବାରା ମିଲେଟ୍ ମିଶନର ପ୍ରଚାର ପ୍ରସାର ସହିତ ପଞ୍ଚାୟତସ୍ତରୀୟ ଅନୁଷ୍ଠାନଗୁଡ଼ିକରେ ଏହାକୁ ବହୁଳ ପ୍ରସାର କରିବା ଦିଗରେ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହାେଇଯାଇଛି ! ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳରେ ଏଇ ପାରମ୍ପରିକ ଖାଦ୍ୟକୁ ଆହୁରି ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏଇ ବୈଠକରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ସିଡିପିଓ ବିଜୟଶ୍ରୀ ସିଂହ, ବ୍ଲକ କ୍ରୁଷି ଅଧିକାରୀ ଚନ୍ଦ୍ରମୋହନ ଚାନ୍ଦ, ଆତ୍ମାର ଅଧ୍ୟକ୍ଷ ବିରାଜ ପନ୍ଦର, ଏବିଇଓ ଦ୍ରୋଣ ରଣା, ଜନସ୍ବାସ୍ଥ୍ୟ ଅଧିକାରୀ ଦିବାକର ପ୍ରଧାନ, ଏଫପିଓର ଅଧ୍ୟକ୍ଷ ପରମାନନ୍ଦ ରଣା, ଓଡ଼ିଶା ଜୀବିକା ମିଶନର ବିପିଏମ୍ ସଞ୍ଜୀବ କୁମାର କହଁର ପ୍ରମୁଖ ଯୋଗ ଦେଇଥିଲେ ! ସ୍ବେଚ୍ଛାସେବୀ ସଂଗଠନ ଜନସାହାଯ୍ୟ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ସରପଞ୍ଚ, ସମିତିସଦସ୍ୟ, କ୍ରୁଷି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ ! ଜନସାହାଯ୍ୟର ସଂପାଦିକା ସୀତାଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ମିଲେଟ ମିଶନର ସଂଯୋଜକ ଜିତୁ ନାଏକ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ ! ଜନସାହାଯ୍ୟ ତରଫରୁ ମିଲେଟ ମିଶନ ବ୍ଲକ ସଂଯୋଜକ ପୂର୍ଣ୍ଣେନ୍ଦୁ ପଣ୍ଡା, କମ୍ବୁଭୂଷଣ ସିଂହ, ଜଗନ୍ନାଥ ହରପାଲ, ଏପିସି ପିସିଏଙ୍କର ସତ୍ୟ ନାରାୟଣ ଦାସଙ୍କ ସମେତ ଜନସାହାଯ୍ୟ ଓ ଏହାର ସହଯୋଗୀ ଅନୁଷ୍ଠାନର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ