କୋଟସମଲାଇ ମଣ୍ଡି ରୁ ଆରମ୍ଭ ହେଲା ନବନିର୍ମାଣ ସଙ୍ଗଠନ ର ମଣ୍ଡି ଚାଲ ଅଭିଯାନ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଧାନମଣ୍ଡିରୁ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ର ମଣ୍ଡି ଚାଲ ଅଭିଯାନ ଆରମ୍ଭ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାରଙ୍କ ନେତୃତ୍ବରେ ସଂଗଠନର ଅନ୍ୟ କର୍ମକର୍ତ୍ତାମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ । ଶୁକ୍ରବାର ସଂଗଠନର ପ୍ରତିନିଧିମାନେ ଉଲୁଣ୍ଡା ବ୍ଲକ୍ ର କୋଟସମଲାଇ ମଣ୍ଡିରେ ପହଞ୍ଚିଥିଲେ । ସେହି ପଞ୍ଚାୟତର ଚାଷୀମାନେ ପହଞ୍ଚି ମଣ୍ଡିର ସମସ୍ୟା ଭିତ୍ତି ଭୂମି , ଗୋଦାମ ଘର , ପର୍ଯ୍ୟାପ୍ତ ଛାଉଣୀ , ପେଣ୍ଡାଲ ଆଦି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ମାର୍କେଟ ୟାର୍ଡ ପାଇଁ ତୁରନ୍ତ ଜାଗା ଚିହ୍ନଟ କରିବା ପାଇଁ ସଂଗଠନର ପ୍ରତିନିଧିମାନେ ଆରଏମସି ସେକ୍ରେଟାରୀଙ୍କୁ ତାଗିଦ୍ କରିଥିଲେ । ପରେ ଚାଷୀଙ୍କ ଧାନକୁ ବିନା କଟନୀ , ଛଟନୀ ରେ ଉଠାଇବା ପାଇଁ ମିଲର୍ସମାନଙ୍କ ସହ ସଂଗଠନର ପ୍ରତିନିଧିମାନେ ଆଲୋଚନା କରିଥିଲେ । ଏହା ସହ ଚାଷୀମାନେ କିପରି ବସ୍ତା ପିଛା ଟଙ୍କା , ଟ୍ରାନ୍ସପୋର୍ଟ ଖର୍ଚ୍ଚ ଓ ମଣ୍ଡିରେ ଯେପରିକି ଭଲ ସମ୍ମାନ ପାଇବେ ସଂଗଠନର ପ୍ରତିନିଧି ଦଳ ଚାଷୀମାନଙ୍କୁ ସଚେତନ କରାଇଥିଲେ । ଆଗାମୀ ଦିନରେ ଉଲୁଣ୍ଡା ବ୍ଲକର ସମସ୍ତ ମଣ୍ଡି ସହ ଜିଲ୍ଲାର ଅନ୍ୟ ସବୁ ମଣ୍ଡିଗୁଡ଼ିକ ପରିଦର୍ଶନ କରି ଲୁଟପାଟ ର ପର୍ଦାଫାର୍ସ କରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ମିଲର୍ସ ଓ ବେପାରୀ ଙ୍କ ଏହି ମଧୁ ଚନ୍ଦ୍ରିକାରେ ପ୍ରଶାସନ ଯେପରି ସାମିଲ ନହେବ ସେଥିପାଇଁ ସଂଗଠନ ଚେତାବନୀ ଦେଇଛି। ଅନ୍ୟଥା ଆନ୍ଦୋଳନ ଜୋରସୋର କରିବାକୁ ସଂଗଠନ ବାଧ୍ୟ ହେବ ବୋଲି କହିଥିଲେ I