ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଢୋଳ ଆଞ୍ଚଳିକ ଡିଗ୍ରୀ କଲେଜରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଯୁକ୍ତ ତିନି ଅଧ୍ୟକ୍ଷ ପବିତ୍ର ବାରିକ ସଭାପତିତ୍ବ କରିଥିବା ବେଳେ ଉଦଯାପନୀ ରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଶିରିସ କୁମାର ଦାଶ ଙ୍କ ସଭାପତିତ୍ବରେ ଏହି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ 100ମି ଦୈଡ , 200ମି ଦୌଡ଼ , ସଟ୍ ଫୁଟ୍ ଥ୍ରୋ , ଡିସକସ୍ ଥ୍ରୋ , ଲମ୍ବ ଡିଆଁ , ଉଚ୍ଚ ଡିଆଁ ଆଦି ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ ହୋଇଥିଲା । ଯୁକ୍ତ ଦୁଇ ବିଭାଗ ରେ ଉତ୍ତମା ବେଟକାର , ଆର୍ଦଶ କୁମାର ମେହେର ଓ ଯୁକ୍ତ ତିନି ବିଭାଗ ରେ ଜିତା ପାତ୍ର , ପଦାର୍ଥ ବଘାର ଚାମ୍ପିଅନ ହୋଇଥିଲେ । ଏଥିରେ ଅଧ୍ୟାପକ ସମିର ସାହୁ , ସଚିନ୍ଦ୍ର ଭୁକ୍ତା , କୁଳମଣି ସାହୁ , ନାରାୟଣ ବଗର୍ତ୍ତି , ଶ୍ରୀକାନ୍ତ ରଣା , ସମିର ପଧାନ , ଅଜିତ ମେହେର , ଧରିତ୍ରୀ ବିଶ୍ଵାଳ ସହଯୋଗ କରିଥିଲେ । ଏ ଅବସରରେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।
ସିଣ୍ଢୋଲ ଆଞ୍ଚଳିକ କଲେଜରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
