Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଂଚସ୍ଥ ହେଲା ନାଟକ ‘ନିଃସଙ୍ଗ କପୋତୀ

ଦେବଗଡ଼:ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ସ୍ଥାନୀୟ ଟାଉନ ହଲଠାରେ ୧୯ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଆଜି ଚତୁର୍ଥ ସଂଧ୍ୟାରେ ଆଜି ଦେବଗଡ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ନାଟକ ‘ନିଃସଙ୍ଗ କପୋତୀ‘ ନାଟକ ମଂଚସ୍ଥ ହୋଇଥିଲା । ଅନୁଷ୍ଠାନର ସଭାପତି ଅଶୋକ ନନ୍ଦଙ୍କ ସଭାପତିିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବ ବିଧାୟକ ସଂଜୀବ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସଂପାଦକ ସୁଜିତ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜନ୍ମାଜୟ ନାୟକ ମଂଚ ପରିଚାଳନା କରିଥିଲେ । ଅନୁଷ୍ଠାନର ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା ଧନ୍ୟବାଦ ଦେଇଥିଲେ। ଏହାପରେ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ଅଶୋକ ବହିଦାରଙ୍କ ରଚିତ ଓ ସୁଜିତ ପାତ୍ରଙ୍କ ନିର୍ଦ୍ଦେଶିତ ନାଟକ ‘ନିଃସଙ୍ଗ କପୋତୀ‘ ନାଟକ ମଂଚସ୍ଥ ହୋଇଥିଲା । ମଣିଷ ଯେତେବେଳେ ଅଭାବରେ ଥାଏ, ସେତେବେଳେ ଜୀବନକୁ ଉପଭୋଗ କରିବା ପାଇଁ ଆତୁର ହୋଇ ଉଠେ ।ଅଥଚ ଯେତେବେଳେ ଅଭାବରୁ “ଅ” କଟିଯାଏ,ସେତେବେଳେ ତାକୁ ସୁଯୋଗ ମିଳେ ନାହିଁ ଜୀବନକୁ ଉପଭୋଗ କରିବା ପାଇଁ। ନାଟକରେ ମେନେଜମେଣ୍ଟର ଅଧ୍ୟାପକ ଅଭିଜିତ କମ ଦରମାରେ ପରିବାର ପ୍ରତିପୋଷଣ କରୁଥାନ୍ତି । କିନ୍ତୁ ସେ ଅଭାବ ଭିତରେ ସ୍ବାମୀ ସ୍ତ୍ରୀ ଭିତରେ ସୁନ୍ଦର ବୁଝାମଣା ଅବଶ୍ୟ କିଛି ପାଇବା ପାଇଁ ଅନେକ ସ୍ବପ୍ନ । ଯେତେବେଳେ, ଅର୍ଥର ଅଭାବ ଦୂରେଇ ଯାଏ,ଅଭିଜିତର କିଡନୀ ଖରାପ ହୋଇଯାଏ । କାରରେ ଲଙ୍ଗ ଡ୍ରାଇଭ୍ ରେ ଯିବା ସ୍ୱପ୍ନ ଭାଙ୍ଗିଯାଏ ସ୍ବୀ ଇତିଶ୍ରୀର ଶଯ୍ୟାଶାୟୀ ହୋଇ ପଡେ ଅଭିଜିତ । ବନ୍ଧୁ ଜଗବନ୍ଧୁର ସହାନୁଭୂତି ଓ ସ୍ବୀ ଇତିଶ୍ରୀର ସମର୍ପିତ ଭାବରେ ସେ କିଡନୀଟେ ପାଇଯାଏ ସତ, ହେଲେ ସବୁ କିଛି ତୁଚ୍ଛ ହୋଇଯାଏ ଯେତେବେଳେ ଅଭିଜିତ ଆର ପାରିକୁ ଚାଲିଯାଏ । ସେତେବେଳେ ଇତିଶ୍ରୀ ସମ୍ପୂର୍ଣ ଭାବେ ନିଃସଙ୍ଗ ହୋଇଯାଏ ନିଜ ପ୍ରିୟତମ କପତିକୁ ହରାଇ । କେବଳ କିଛି ସ୍ମୃତି ରହିଯାଏ ତା ପାଇଁ ଏକ ଆଶ୍ବାସନା ହୋଇ ରହିଯା‌ଏ । ଏଭଳି ଏକ କଥାବସ୍ତୁକୁ ନେଇ ଭିନ୍ନ ଢଙ୍ଗରେ କଳାକାରମାନେ ନାଟକ ‘ନିଃସଙ୍ଗ କପୋତୀ‘ ପରିବେଷଣ କରିଥିଲେ । ଏହିଅବସରେ ସକାଳେ ଅନୁଷ୍ଟାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ଯୁଗ୍ମ ସଂପାଦକ ବିଶାଲ ନାୟକ, କୋଷାଧ୍ୟକ୍ଷ ଚିତ୍ତରଂଜନ ଦାସ ,ସହସଂପାଦକ ବଂଶୀଧର ସାହୁ,ଅମ୍ଲାଂଶୁ ପୂଜାରୀ,ଶୁଭମ ମହାଙ୍କୁର, ରାକେଶ ଶତପଥି, ଶିବାଶିଷ ଝାଙ୍କର ସମତେ ଅନୁଷ୍ଠାନର କର୍ମକର୍ତ୍ତାମ‌ାନେ ସହଯୋଗ କରିଥିଲେ ।