Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଭାଷାକୁ ସାମ୍ବିଧାନିକ ସ୍ଵୀକୃତି ଦେବା ପାଇଁ ଭାଷା ସଂସ୍କୃତି ଜାଗରଣ ଯାତ୍ରା

ଝାରସୁଗୁଡ଼ା: ଓଡ଼ିଶା ସରକାର ଭାରତର ସଭିଧନ ର ଅଷ୍ଟମ ଅନୁଚ୍ଛେଦରେ ସମ୍ୱଲପୁରି/କୋଶଳୀ ଭାଷାକୁ ସାମିଲ କରିବାକୁ ଚିଠି ଲେଖି ଚୁପ୍ ହୋଇ ଯାଇଛନ୍ତି ।କେନ୍ଦ୍ର ସରକାର ଏହାକୁ ତୁରନ୍ତ ସ୍ଵୀକୃତି ଦିଅନ୍ତୁ ।ଅନୁରୂପ ଭାବରେ ରାଜ୍ୟ ସରକାର ରାଜ୍ୟର ଦ୍ଵିତୀୟ ଭାଷା କରିବା, ଭାଷା ଏକାଡେମୀ ସ୍ଥାପନ, ପ୍ରାଥମିକ ଶକ୍ଷା କୁ ସ ମ୍ବଲପୁରି ମାଧ୍ୟମରେ କରିବା ଆଦି ଦାବିକୁ ଲୋକ ପ୍ରିୟ କରାଯିବାକୁ ପଶ୍ଚିମ ଓଡ଼ିଶା ପିଅପୂଲ୍ ଫୋରମ୍ ର ଆବାହକ ଦ୍ବୟ ସପନ ମିଶ୍ର,ସୁବାସ ଚନ୍ଦ୍ର ନାୟକ ଙ୍କ ସହ ବିଶିଷ୍ଟ ଅଭିନେତା ମନୋଜ ମିଶ୍ର ଏଠାରେ ଘୋଷଣା କରିଛନ୍ତି ।ଏହି ଜନ ଜାଗରଣ ପଦଯାତ୍ରା ନରସିଂହ ନାଥ ଠାରୁ ଚଳିତ ମାସ ୨୨ ତାରିଖ ସକାଳ ନଅ ଠାରୁ ଆରମ୍ଭ ହୋଇ ୨୮ ତାରିଖ ଦିନ ସୁନ୍ଦରଗଡ଼ ର ସମଲେଇ ମନ୍ଦିର ଥରେ ସମାହିତ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ବେସରକାରୀ ବସ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଚର୍ଚ୍ଚିତ ଅଭିନେତା ଶ୍ରୀ ମନୋଜ ମିଶ୍ର ଓ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ସୁବାସ ନାୟକ ପୂର୍ଣ୍ଣ କାଳୀନ ଜାଗରଣ ଯାତ୍ରା ର ସାରଥି ହେବ ସହ ଶତାଧିକ ଯୁବ ସଂଗ୍ରାମୀ ଏଥିରେ ସାମିଲ ହେବେ ବୋଲି ଫୋରମ୍ ପକ୍ଷରୁ ସପନ ମିଶ୍ର ସୂଚନା ଦେଇଥିଲେ ।ପ୍ରାରମ୍ଭରେ ସ୍ଥାନୀୟ ସାମାଜିକ କର୍ମୀ ବିଜୟ ଦାସ ସମସ୍ତଙ୍କର ପରିଚୟ ଦେଇଥିବା ବେଳେ ଶେଷରେ ସ୍ଥାନୀୟ କୋଶଳ ସେନା ର ସଭାପତି ଆକାଶ କଲେତ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ