Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ଲରପଙ୍କରେ ଆୟୋଜିତ ୨୪ତମ ଲରପଙ୍କ ଫୁ୍ଟବଲ କପ୍-୨୦୨୩ର ଦ୍ବିତୀୟ ଦିବସ:

ସମ୍ବଲପୁର:ହୀରାକୁଦ ଲରପଙ୍କରେ ଆୟୋଜିତ ୨୪ତମ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ସମୁଦାୟ ଆଠଟି ଦଳ ଖେଳି ଥିଲେ । ଗତକାଲି ଲରପଙ୍କ ଓ ଡେଙ୍ଗିମଚା ଦଳ ଯାଇଥିବା ବେଳେ ଆଜି ମାଖନାପଡା ଓ ରାନୀ ବନ୍ଧ ଦଳ ଫାଇନାଲ ଯାଇଛନ୍ତି । ଆସନ୍ତା କାଲି ରବିବାର ଦିନ ଉଭୟ ଫାଇନାଲ ଓ ସେମି ଫାଇନାଲ ହେବା ସହ ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ମହିଳା ଦଳ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହେବ । ଉଦଘାଟନୀ ସମାରୋହରେ ଯୁବ ନେତା ସିଦ୍ଧାର୍ଥ ଶାହା ଯୋଗଦାନ କରିଥିବା ବେଳେ ଦ୍ବିତୀୟ ଦିବସରେ ବରିଷ୍ଠ ନେତା ଦେବେନ୍ଦ୍ର କିଶୋର ପତି, ପୂର୍ବତନ ଲାୟନ୍ସ କ୍ଲବ୍ ସଭାପତି କାର୍ତ୍ତିକ କଲେତ୍, ଜୟ ଦୁର୍ଗା ଆଞ୍ଚଳିକ କୃଷକ ସଂଗଠନ ସଭାପତି ସୁଜିତ ବଢେଇ, ଲରପଙ୍କ ଦୁର୍ଗାପୂଜା କମିଟି ସମ୍ପାଦକ ଯଦୁ ଓରାମ, ବରିଷ୍ଠ ନେତା ଦିଲ୍ଲିପ ପ୍ରଧାନ, ଜାମିନୀ ବହିଦାର, ନିତ୍ୟାନନ୍ଦ ବେହେରା, ଗୌରାଙ୍ଗ ବେହେରା, ରାଜେଶ ଓରାମ, ରୋଶନ୍ ଟପ୍ନୋ ପ୍ରମୁଖ ଯୋଗଦାନ କରିଥିଲେ ।