Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୩ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଦେବଗଡ଼ ୨୩/୧୨ – ସ୍ଥାନୀୟ ଇନ୍ଦ୍ରାଗାନ୍ଧି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ୩୩ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଯାଇଛି । ଆଜିକାର ଉଦ୍ଘାଟନୀ ମ୍ୟାଚ୍ ରେ ଜଗନ୍ନାଥ କ୍ରିକେଟ କ୍ଲବ୍ ସମ୍ବଲପୁର କୁ ୫ ୱିକେଟ୍ ରେ ପରାସ୍ତ କରି ଅନୁଗୋଳ କ୍ରିକେଟ୍ କ୍ଲବ୍ ବିଜୟୀ ହେଇଛି। ଆଜିକାର ମ୍ୟାଚରେ ଅନୁଗୋଳ ଦଳ ଟସ୍ ଜିତି ସମ୍ବଲପୁର ଦଳ କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସମ୍ବଲପୁର ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର୍ ରେ ୮ଟି ୱିକେଟ୍ ହରାଇ ୧୪୫ ରନ୍ କରିଥିଲା । ଦଳ ପକ୍ଷରୁ ଅଜିତ ହତା ୫୭, ପ୍ରଶାନ୍ତ ଦାସ ୨୫ ଓ ଅଭିନାଶ ନନ୍ଦ ୨୨ ରନ ସଂଗ୍ରହ କରିଥିଲା ବେଳେ ଅନୁଗୋଳ ଦଳ ର ମଳୟ ପ୍ରଧାନ , ସୋହମ୍ ରାଜ୍ ମହାପାତ୍ର ଓ ସୌଭାଗ୍ୟ ବେହେରା ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହାର ଜବାବ୍ ରେ ଅନୁଗୋଳ ଦଳ ବ୍ୟାଟିଂ କରି ୧୯ ଓଭର୍ ରେ ୫ଟି ୱିକେଟ୍ ହରାଇ ୧୪୮ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ମ୍ରୀଗାଙ୍କ ପାଠକ ଅପରାଜିତ ୪୮ ରନ୍ ଓ ସୁଭ୍ରାଂଶୁ ମହାନ୍ତି ୪୧ ରନ୍ ସଂଗ୍ରହ କରିଥିଲା ବେଳେ ସମ୍ବଲପୁର ଦଳ ର ଅଭିନାଶ ନନ୍ଦ ଓ ଟିଙ୍କୁ ଷଣ୍ଢ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । କ୍ଲବ୍ ର ଉପ ସଭାପତି ଅଶୋକ ନନ୍ଦ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ଜିଲ୍ଲା ପରିଷଦ ଅଧକ୍ଷ କୌଶିକ କୁମାର ପ୍ରଧାନ , ପୌର ପରିଷଦ ଅଧକ୍ଷା ଶାନ୍ତି ମଞ୍ଜରୀ ଦେଇ ଓ କ୍ରୀଡା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାଏକ ଅତିଥି ଭାବେ ଯୋଗ ଦେଇ ଉଧ୍ଘାଟନ କରିଥିଲେ। କ୍ଲବ୍ ର ସମ୍ପାଦକ ସୁଜିତ୍ କୁମାର ପ୍ରଧାନ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଅନ୍ୟତମ ଉପ ସଭାପତି ସତ୍ୟ ନାରାୟଣ ପାଣି ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ ବେଣୁଧର ଗଡନାଇକ ଧାରାବିବରଣି ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍ ରେ ଭଲ ଖେଳ ପଦର୍ଶନ ପାଇଁ ଅନୁଗୋଳ ଦଳ ର ମ୍ରୀଗାଙ୍କ ପାଠକ କୁ ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । ଦେବଗଡ଼ ର ପୂର୍ବତନ କ୍ରିକେଟ୍ ଖେଳାଳି ପ୍ରଦୀପ ମହାପାତ୍ର, କୈଳାଶ ମୋଦି ଓ ପ୍ରଭାସ ମିଶ୍ର ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଖେଳ ର ସିଧାପ୍ରସାରଣ ୟୁଟ୍ୟୁବ୍ ର କ୍ରିକେଟ୍ କ୍ୟାର୍ ଚେନାଲ୍ ରେ କରାଯାଇଛି। କ୍ଲବ୍ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଙ୍କ ସକ୍ରିୟ ସୋହଯୋଗ ରେ ଆଜିର କାର୍ଯକ୍ରମ ହୋଇଥିଲା।