Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

RBI କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀଙ୍କ  ଇସ୍ତଫା ଦାବି କଲା ଦୁର୍ବୃତ୍ତ

ନୂଆଦିଲ୍ଲୀ: ମୁମ୍ବାଇ ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଅଫିସକୁ ବୋମାରେ  ଉଡ଼ାଇବାକୁ  ଆସିଲା ଧମକପୂର୍ଣ୍ଣ ଇମେଲ୍। ଇମେଲରେ ମୁମ୍ବାଇର ମୋଟ୍ ୧୧ଟି ସ୍ଥାନରେ ବୋମା ଖଞ୍ଜାଯାଇଥିବା ଧମକ ଦିଆଯାଇଛି। ଏହା ସହିତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଛି ଦୁର୍ବୃତ୍ତ।

ପୋଲିସ ଅନୁଯାୟୀ, ଇମେଲରେ ଆରବିଆଇ କାର୍ଯ୍ୟାଳୟ, ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏଥିପାଇଁ ଉକ୍ତ ଅଫିସରେ ବୋମା ରଖାଯାଇଛି। ଧମାକା ମଙ୍ଗଳବାର ଅପରାହ୍ଣ ପ୍ରାୟ ୨ଟାରେ ହେବାର ଅଛି ବୋଲି ଇମେଲରେ ଲେଖା  ହୋଇଛି। ଏହା ପରେ ପୋଲିସ ସମସ୍ତ ଜାଗାରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ହେଁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ। ଏହି ସମ୍ବନ୍ଧରେ ମୁମ୍ବାଇର ଏମଆରଏ ମାର୍ଗ ଥାନାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ଇମେଲ ପଠାଇଥିବା ଦୁର୍ବୃତ୍ତ ସ୍ପଷ୍ଟ ଶବ୍ଦରେ ଲେଖିଛି ଯେ, ଆମର ଇମେଲକୁ  ଅଣଦେଖା କରିବାର ଭୁଲ୍ କରନ୍ତୁ ନାହିଁ।

More Stories