Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳିଲେ ନେତ୍ରୀ ଓ ନେତା।

ହାଟଡିହି ବ୍ଲକର ବିଜୁ ଜନତା ଦଳର କର୍ମୀ ମାନଙ୍କ ମଧ୍ୟରେ ଆଜି ପ୍ରତିଷ୍ଠା ଦିବସ ପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା। ଏଥରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ନେତୃତ୍ଵ ରେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଓ ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କ ଉପସ୍ଥିତ କୁ ନେଇ ବଡ ରମ୍ପାସ ଠାରେ ଏକ ବିଶାଳ ସମାବେଶ ଆୟୋଜିତ ହୋଇଥିଲା। ପ୍ରଥମେ ବିଜୁ ଜନତା ଦଳର ପ୍ରତିଷ୍ଠାତା ବିଜୁ ବାବୁ ଙ୍କ ଫଟୋ ଚିତ୍ର  ଓ ମା ତାରିଣୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ  ଦେଇ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ୨୫ବର୍ଷ ସରକାର ରେ କିପରି ବିକାଶ କରାଯାଉଛି ସେ ବିଷୟ ରେ ଲୋକଙ୍କୁ ଏ ଲି ଡି ମାଧ୍ୟମରେ ପର ଦର୍ଶିତ କରାଯାଇଛି ।। ପରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିବା ବେଳେ, ପରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ୩୫ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ସୁକାନ୍ତି ଜେନା , ୩୪ନମ୍ୱର ଜିଲ୍ଲା ପରିଷଦ ସଦସ୍ୟ ସୋମ ନାଥ ଦାସ, ପରେ କୋଡ଼ ପଡ଼ା ସମିତି ସଭ୍ୟ,ବିଜୁ ଜନତା ଦଳର ସଭାପତି ସୁରେନ୍ଦ୍ର କୁମାର ଜେନା, ଯୁବ ବିଜୁ ଜନତା ଦଳର ସଭାପତି ଚିନ୍ମୟ କୁମାର ନାୟକ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ରାକେଶ କୁମାର ରାମ ଲୋକଙ୍କୁ ପୁରା ଯୋଜନା ବିଷୟ ରେ ଆଲୋଚନା କରିବା ପରେ ଶପଥ ପାଠ କରାଯାଇ ସଭା ଶେଷ କରା ଯାଇଥିଲା। ଏଥରେ ୨୦ପଞ୍ଚାୟତ ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ।। ଏମାନଙ୍କ ଛଡା ବହୁ ବରିଷ୍ଠ କର୍ମୀ ମହିଳା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସମାଜ ସେବୀ ଅଭିମନ୍ୟୁ ସେଠୀ, ରବୀନ୍ଦ୍ର କୁମାର ଜେନା, ସୁଧାକର ଓଝା, ଧବଳେଶ୍ଵର ପଟ୍ଟନାୟକ, ଅମରେନ୍ଦ୍ର ଧଳ, ରବୀନ୍ଦ୍ର କୁମାର ସାହୁ,ବୀରେନ ବିଶ୍ଵାଳ, ସୁଧାଂସୁ ନାୟକ,ରବୀନ୍ଦ୍ର ନାୟକ,ବୈଦ୍ୟନାଥ ସାମଲ, ଅଜିତ ରାଉତ, ଦିଲ୍ଲୀପ ମଲ୍ଲିକ, ପ୍ରମୁଖ ଯୁବ ନେତୃତ୍ବ ଙ୍କ ମିଳିତ ସାହଯୋଗ ରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।