Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀରୁ ନିମନ୍ତ୍ରଣ କରିବାକୁ ଆସିଥିବା ସେବାୟତ ମଣ୍ଡଳୀକୁ ଭବ୍ୟ ସ୍ୱାଗତ

ଦେବଗଡ଼:ପୁରୀ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲାର ଗୋପଲଜୀଉ ମନ୍ଦିର ଓ ଝଡେଶ୍ୱର ମନ୍ଦିରକୁ ନିମନ୍ତ୍ରଣ କରିବାକୁ ଆସିଥିବା ସେବାୟତ ମଣ୍ଡଳୀଙ୍କୁ ମନ୍ଦିର ପରିସରରେ ଆଜି ଜିଲ୍ଲା ପ୍ରଶାସନ , ଟ୍ରଷ୍ଟ ବୋର୍ଡ ଏବଂ ବିଭିନ୍ନ ସଗଠନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ସମାରୋହ ନିମିତ୍ତ ନିମନ୍ତ୍ରଣ କରିବା ପାଇଁ ପୁରୀରୁ ସେବାୟତ ମଣ୍ଡଳୀ ଆଜି ସ୍ଥାନୀୟ ଟ୍ରାଫିକ ଛକ ନିକଟରେ ପହଞ୍ଚି ଥିଲେ। ସେଠାରେ ଉକ୍ତ ସେବାୟତ ମଣ୍ଡଳୀ ପହଁଚିବା ପରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଦ୍ୟର ତାଳେ ତାଳେ ପ୍ରତିନିଧି ମଣ୍ଡଳୀକୁ ଗୋପାଳଜୀଉ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଗୋପାଳଜୀଉ ମନ୍ଦିର ସମ୍ବୁଖରେ ଜିଲ୍ଲା ପ୍ରଶାସନ ଓ ଉଭୟ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସେବାୟତ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇ ଥିଲା। ପରେ ମନ୍ଦିରର ପୂଜକ ରାଜେଶ ରାଉତ ସେମାନଙ୍କୁ ମନ୍ଦିର ଭିତରକୁ ସ୍ୱାଗତ କରିଥିଲେ। ଏହାପରେ ମନ୍ଦିର ପରିସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ , ଜିଲ୍ଲାପରିଷଦ ସଭାପତି କୌଶିକ ପ୍ରଧାନ, ଏସପି ପ୍ରଦ୍ୟୁମ୍ନ ମିଶ୍ର , ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ପ‌ୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା , ଉପଜିଲ୍ଲାପାଳ ପରୀକ୍ଷିତ ସାହୁ , ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପାଣି , ଜିଲ୍ଲା ସରପଞ୍ଚ ସଂଘ ସଭାପତି ସତ୍ୟ ନାରାୟଣ ପାଣି , ଉପନଗରପାଳ ପ୍ରଜିତ ଭୋଜ, ଡେପୁଟୀ କଲେକ୍ଟର ଅଞ୍ଜନା କୁଜୁର, ଡିଆଇପିଆରଓ ମନୋରଞ୍ଜନ ସୂତାରଙ୍କ ସମେତ ବିଭିନ୍ନ ଅନୁଷ୍ଟାନର ସଦସ୍ୟମାନେ ସେବାୟତ ମଣ୍ଡଳୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୁରୀରୁ ଆସିଥିବା ସେବାୟତ ମଣ୍ଡଳୀ ଶ୍ରୀ ଶ୍ରୀ ଝାଡେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ଅମରେନ୍ଦ୍ର ଗଙ୍ଗଦେଵ ଓ ସଦସ୍ୟ ଏବଂ ଗୋପାଳଜୀଉ ମନ୍ଦିରର ସଭାପତି ଲକ୍ଷ୍ମଣ ପ୍ରଧାନ ଓ ସଦସ୍ୟ ପ୍ରମୁଖଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।