ସମ୍ବଲପୁର/ରେଙ୍ଗାଲି- ୨୮/୧୨ (ରମାକାନ୍ତ ବିଶ୍ୱାଳ)
ଆଜି ସ୍ଥାନୀୟ ବିଶାଲଖିଣ୍ଡା ଗାଁରେ ସମ୍ବଲ୍ପୁରି ଭାଷା ଏକାଡ଼େମି ପକ୍ଷରୁ ସମ୍ବଲ୍ପୁରି ହପ୍ତା ୨୦୨୩ ଅବସରରେ ଚତୁର୍ଥ ଦିନ ସମ୍ବଲ୍ପୁରି ଲୋକ୍ଗିତ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଆଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରକାଶ ପଧାନ ଓ ମୁଖ୍ୟ ବକ୍ତା ଭାବେ ଅମିନ ଖଣ୍ଡା ଯୋଗ ଦେଇ ମା ସମଲେଇଙ୍କୁ ପୂଜାର୍ଚ୍ଚନା ପରେ କାର୍ଯକ୍ରମ ଆରମ୍ଭ କରାଯାଇଥିଲା ।
ଏହି ଅବସରରେ ଛାତ୍ରଛାତ୍ରୀ ଲୁପ୍ତପ୍ରାୟ ସମଲପୁରି ଲୋକ୍ଗିତ୍ ବିଭିନ୍ନ ଲୋକ କଳାକାରମାନେ ପରିବେଷଣ କରିଥିଲେ । ଅମିନ୍ ଖଣ୍ଡା ଡାଲଖାଇ,ରସର୍କେଲି,ମାଏଲାଜଡ଼, ଭଜନ୍ ଆଦି ଲୋକଗୀତ ଗାନକରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଯୁଧିଷ୍ଠିର ସାହୁ ମହାନଦୀର ପାନି ପିଇ….,ଇଠାନେ ମନ ବୁର୍ନ୍ଦାବନ କାଶି…. ଗାଇଥିଲେ । ଉକିଲ ଗର୍ଡିଆ ହଲିଆ ଗିତ, ଜାଇଫୁଲ ଆଦି ଗାଇଥିଲେ । ଖତୁ ସହସିଆ ଝୁମେର, ହାଏ ହାଏ କୁଷ୍ଟ ବଲି… ଗାଇ ସମସ୍ତଙ୍କୁ ବିମୋହିତ କରିଥିଲେ ।
ବେଣୁଧର୍ ଜଗଦଲା ଭୁଲାର୍ ମନରେ… ଗାଇ ପରିବେଶକୁ ଉତ୍ସାହିତ କରିଥିଲେ । ଏମିତି ବହୁ ଲୁକ୍କାୟିତ ଗ୍ରାମ୍ୟ ପ୍ରତିଭାଙ୍କୁ ମଞ୍ଚରେ ସେମାନଙ୍କ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ସମସ୍ତେ ଏହି କାର୍ଯକ୍ରମକୁ ବହୁ ଉତ୍ସାହ ସହକାରେ ଅଂଶଗ୍ରହଣ କରି ଉପଭୋଗ କରି ଶିଖିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଦେବାସିସ ସାହୁ ସଂଚାଳନ କରିଥଲେ । ତା: ୨୯ ସମଲପୁରି ସଂସ୍କୃତି କାର୍ଯକ୍ରମ ଅନୁଷ୍ଠିତ ହେବ ବୋଲି ଚେୟର୍ ପର୍ସନ୍ ଶ୍ରୀ ସାହୁ ସୂଚନା ଦେଇଥିଲେ ।
ସମଲ୍ପୁରି ହପ୍ତା ୨୦୨୩: ଚତୁର୍ଥ ଦିନ ସମଲ୍ପୁରି ଲୋକ୍ଗିତ୍ କାର୍ଯକ୍ରମ ଅନୁଷ୍ଠିତ
