Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ବୈଠକ

ଦେବଗଡ଼:ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ସଭାପତି କୌଶିକ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସାଧନା ଦାସ, ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ଧନଞ୍ଜୟ ମହନ୍ତ,ଡା.ପ୍ରଭାତ ଓଝା, ଡା.ମନୋରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ କରିବା ସହ ନୂତନ ଚିକିତ୍ସାଳୟ ଗୃହ କାର୍ଯ୍ୟକାରୀ ହେଲା ପରେ ପୁରୁଣା ଚିକିତ୍ସାଳୟକୁ ହେଲଥ ସେଣ୍ଟର କରି ଜନସାଧାରଣମାନଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ସଙ୍ଗେ ସଙ୍ଗେ ନୂତନ ଡାକ୍ତର ନିଯୁକ୍ତି ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ ,ଡିପିଏମ ଉମେଶ ପ୍ରସାଦ ଷଡଙ୍ଗୀଙ୍କ ସମେତ ମେଡିକାଲର କର୍ମଚାରୀମାନେ ଉପସ୍ଥିତ ଥିଲେ ।