Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଯୁଯୋମୁରା ରେଞ୍ଜ ପକ୍ଷରୁ ଆନ୍ଦୋଳନ ପ୍ରସ୍ତୁତି

ସମ୍ବଲପୁର (ଜୁଯୋମୁରା)ଆଜି ଯୁଜୋମୁରା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ରେଞ୍ଜ ସ୍ତରୀୟ ଏକ ସଭା ଡିଭିଜନ ସମ୍ପାଦକ ଗୋକୁଳ ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେଯୋଗ ଦେଇ ୧୪ ଦଫା ଦାବି ପୂରଣ ପାଇଁ ସମାବେଶ ତଥା ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇ ପ୍ରସ୍ତୁତ ହେବାକୁ ପାଇଁ ଆହ୍ବାନ ଜଣାଇ ଥିଲେ।
ଉକ୍ତ ବୈଠକ ରେ ୧୪ଦଫା ଦାବି ସମ୍ପର୍କ ରେ ବିଶଦ ଆଲୋଚନା ହୋଇ ଥିଲା।ବିଶେଷ ଭାବରେ ସିଯିନାଲ କର୍ମଚାରୀ ମାନଙ୍କ ମାସିକ ଦରମା ବୃଦ୍ଧି,ତୋଳାଳୀ ମାନଙ୍କ କେନ୍ଦୁପତ୍ର ମୂଲ୍ୟ ବୃଦ୍ଧି,ବନ୍ଧେଇ ଶ୍ରମିକ ମାନଙ୍କ ମଜୁରୀ ବୃଦ୍ଧି,କନ୍ୟା ବିବାହ ସହାୟତା,ଏବଂ ମୁଖ୍ୟମନ୍ତ୍ରୀ ଘୋଷଣା କୁ ସଠିକ୍ ଭାବରେ କାର୍ଯକାରୀ କରିବା ଦାବି ମାନଙ୍କ ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ଦାବି ପୁରଣ ରେ ବିଳମ୍ବ ହେଉଥିବାରୁ ତୋଳାଳୀ ଓ କର୍ମଚାରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଏହି ବୈଠକରେ ରେଞ୍ଜ ସମ୍ପାଦକ ଅନାଦି ମିର୍ଦ୍ଧା,ପ୍ରମୋଦ ବିଶ୍ଵାଳ,ନେଲସନ ବାରଲା, ପକେଇ ମିର୍ଦ୍ଧା,ସୁକୁନ ମିର୍ଦ୍ଧା, ସୁକାନ୍ତି ମାଝୀ, ସମ୍ବାରି ମିର୍ଦ୍ଧା ଓ ସୁଧାଂଶୁ ବାଙ୍କ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଥିଲେ।