Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ

ଦେବଗଡ଼: ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉପ ଜିଲ୍ଲାପାଳ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକ, ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ, ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଅବକାରୀ ଇନ୍ସପେକ୍ଟର ମଧୁସୂଦନ ସାହୁ, ଏମଭିଆଇ ଗୋଲାପ ହାଁସଦା, ଅତିରିକ୍ତ ଯୋଗାଣ ଅଧିକାରୀ କେଦାରନାଥ ନାଏକ, ଆରଏଣ୍ଡବିର ରାମଚନ୍ଦ୍ର ସେଠୀ, ସମାଜସେବୀ କୁମୁଦଚନ୍ଦ୍ର ଶପତଥି, ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ବଂଶୀଧର ପାତ୍ର, ସିଦ୍ଧାର୍ଥ ଗୁରୁ, ସତ୍ୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଶେଷ କରି ରାସ୍ତାଘାଟ ମରାମତି ଓ ପୁନଃ ନିର୍ମାଣ, ଜାତୀୟ ରାଜପଥରେ ଦୁର୍ଘଟଣା ଏଡାଇବା ପାଇଁ ପାର୍କିଂ ବ୍ୟବସ୍ଥା, ବିଭିନ୍ନ ସ୍ଥାନରେ ସତର୍କତା ମୂଳକ ସୂଚନା ଫଳକ ସ୍ଥାପନ ଓ ଲାଇଟ ର ବ୍ୟବସ୍ଥା, ହେଲମେଟ ବ୍ୟବହାର ନିମନ୍ତେ ଗୁରୁତ୍ବ ଆରୋପ ଦେବା ସହ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ୍ କରିବା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ପାଇଁ ବିଭିନ୍ନ ପ୍ରତିଯୋଗିତା ଏବଂ ଶୋଭାଯାତ୍ରା କରିବା ପାଇଁ ବୈଠକ ନିଷ୍ପତ୍ତି ନିଆଯାଇଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନାଏକ ଧନ୍ୟବାଦ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ