Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

17ତମ ଦିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ। ଏମ୍ ବି ସି ଚମ୍ପିୟାନ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ 17ତମ ଦିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେଙ୍ଗାଲି ଡେ ନାଇଟ୍ ଖେଳ ପଡିଆ ରେ ଉଦଯାପିତ ହୋଇଯାଇଛି। ରେଙ୍ଗାଲି ର ସବୁଠାରୁ ଲୋକପ୍ରିୟ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ରେଙ୍ଗାଲି ମହାବୀର ଛକ କ୍ରିକେଟ କ୍ଲବ୍ ପକ୍ଷାରୁ ପ୍ରତି ବର୍ଷ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରାଯଇଥାଏ। ରବିବାର ଦିନ ଲାରିପାଳି ଓ ମହାବୀର ଛକ କ୍ରିକେଟ କ୍ଲବ୍ ମଧ୍ୟରେ ଫାଇନାଲ ଅନୁଷ୍ଟିତ ହୋଇଥିଲା। ଏଥିରେ ମହାବୀର ଛକ କ୍ରିକେଟ କ୍ଲବ୍ ବିଜୟୀ ହୋଇଥିଲା। ବିଜୟୀ ଦଳକୁ ଟ୍ରଫି ସହ 20ହଜାର ଟଙ୍କା ଓ ଉପ ବିଜେତା ଦଳ କୁ ଟ୍ରଫି ସହ 15ହଜାର ଟଙ୍କା ରେ ପୁରକୃତ କରାଯାଇଥିଲା। ଫାଇନାଲ ରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମହେନ୍ଦ୍ର ଓରାମ, ବ୍ଲକ ବିଜେଡି ସଭାପତି ଅଶୋକ ଗୁରୁ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଈଂ ଗାନ୍ଧୀ ବେହେରା, ପ୍ରମେୟ ବ୍ଲକ ପ୍ରତିନିଧି ନରେଶ ମାହାଣା, ନାରାୟଣ ଶର୍ମା, ସୁଶିଲ କିଷାନ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।
ଏହି ଟୁର୍ଣ୍ଣାମେଣ୍ଟରେ 24ଟି ଦଳ ଅଂଶଗ୍ରହଣ କରିଛନ୍ତି। ମହାବୀର ଛକ କ୍ରିକେଟ କ୍ଲବ୍ ର ସଦସ୍ୟ ମାନେ ଆୟୋଜନ ରେ ସହଯୋଗ କରୁଛନ୍ତି।