Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡଃ. ପ୍ରମୋଦ ରଥ ବିଜେଡିରୁ ବହିଷ୍କୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜେଡିର ପୁର୍ବତନ ଜିଲ୍ଲା ସଭାପତି ତଥା ବର୍ତ୍ତମାନର ଉପଦେଷ୍ଟା ଡଃ.ପ୍ରମୋଦ ରଥଙ୍କୁ ଆଜି ବିଜୁ ଜନତା ଦଳରୁ ବହିଷ୍କୃତ କରାଯିବା ସହିତ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଆଜି ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।ଦଳ ବିରୋଧି କାର୍ଯ୍ୟକଳାପ ଯୋଗୁଁ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ବହିଷ୍କାର କରାଯାଇଥିବା ନେଇ ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଦସ୍ତଖତରେ ଆଜି ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ତେବେ ଏଥିନେଇ ଡଃ.ରଥଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।