Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁରଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

ଦେବଗଡ଼:ତିଲେଇବଣି ବ୍ଲକର କୁରଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଡୋଳାଧର ସ୍ବାଇଁ ସଭାପତିତ୍ବ ଏବଂ ସୁଗୁଡା ସିଆରସିସି ପ୍ରାଣବନ୍ଧୁ ଘଡେଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଡିଇଓ ଶକୁନ୍ତଳା ଟେଟେ ମୁଖ୍ୟଅତିଥି, ଟାଇଁସର ସରପଂଚ ବାସନ୍ତୀ ପ୍ରଧାନ, ଜିଲ୍ଲା ବିଜ୍ଞାନ ନୀରିକ୍ଷିକା ଇପସିତା ପଟ୍ଟନାୟକ, ତିଲେଇବଣି ଏବିଇଓ ନାରାୟଣ ସିଂ ସାମାଡ, ସୁଶାନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଟାଇଁସର ସିଆରସିସି ଭେନସ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ତପନ ନାୟକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସିଆରସିସି ଫକୀର ମୋହନ ପ୍ରଧାନ, ଜୟନ୍ତୀ ମିଶ୍ର, ଧରିତ୍ରୀ ରାୟ, ଅହଲ୍ୟା ସାହୁ, ନିଳିମା ବେହେରା, ସୁଶାନ୍ତି ବସନ୍ତରା, ଘନଶ୍ୟାମ ବେହେରା, ଦେବାଶିଷ କର, ଲିଙ୍ଗରାଜ ପ୍ରଧାନ, ପରିଚାଳାନା କମିଟୀର ସଭାପତି ରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।