Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟ ଜଗନ୍ନାଥ ଅର୍ପଣ ରଥର ଜିଲ୍ଲା ପରିକ୍ରମା

ଦେବଗଡ଼:ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଅର୍ପଣ ରଥର ଆଜି ଦେବଗଡ଼ ପୌରାଞ୍ଚଳରେ ଶୁଭାରମ୍ଭ କରାଯାଇଛି । ଏଥିରେ ଜିଲ୍ଲାପରିଷଦ ସଭାପତି କୌଶିକ ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ, ଉପନଗରପାଳ ପ୍ରଜିତ ଭୋଜ, ଜିଲ୍ଲା ବିଜେଡି ସଭାପତି ଇଂ ଚିତ୍ତ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳୀ ସାମଲ, କାଉନସିଲର ଧର୍ମେନ୍ଦ୍ର ଦେବତା, ଇତିଶ୍ରୀ ମିଶ୍ର, ପିଙ୍କି ସାହୁ, ସରୋଜିନୀ ମୁଣ୍ଡା, ମଧୁସୂଦନ ବାଘ, କାର୍ତ୍ତିକ ମହାକୁଳ, ଯତୀନ ନାୟକ, ଏସଡିସିସି ବ୍ୟାଙ୍କର ପୂର୍ବ ସଭାପତି ଅମରେନ୍ଦ୍ର ଗଙ୍ଗଦେବ,ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ, ଯୁବ ନେତା ଭୂପେନ୍ଦ୍ର ପ୍ରସାଦ ନାୟକ,ଯୁବ ବିଜେଡି ସଭାପତି ପ୍ରତାପ ଦେବଙ୍କ ସମତେ ଜନସାଧାରଣମାନେ ଉପସ୍ଥିତ ଥିଲେ । ପୁରୁଣାଗଡସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଉକ୍ତ ରଥ ୱାର୍ଡ ନମ୍ବର ୭ ଓ ୮ ପରିକ୍ରମା କରିଥିଲା । ଏହି ରଥକୁ ୱାର୍ଡର ସମସ୍ତ ବାସିନ୍ଦା ଭାବ୍ୟ ସମ୍ବର୍ଦ୍ଧନା ଜଣାଇ ଭକ୍ତି ପୂତ ଭାବରେ ସ୍ଵାଗତ କରିବା ସହିତ ଗୁଆ ଓ ଅରୁଆ ଚାଉଳ ଅର୍ପଣ କରିଥିଲେ । ସଂକୀର୍ତନ ଓ ଜଗନ୍ନାଥ ଧ୍ୱନିରେ ସାରା ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗୁଆ ଚାଉଳ ଅର୍ପଣ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ପୌରାଚଂଳ ସମତେ ୭୦ ଟି ପଞ୍ଚାୟତରେ ରଥ ପରିକ୍ରମା କରିବା ସହିତ ଶ୍ରଦ୍ଧାଳୁମାନଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ