Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ୧୯୮୩ ସିନିଅର ମାଟ୍ରିକ ବ୍ୟାଚର ବାର୍ଷିକ ସମାବେଶ

ସମ୍ବଲପୁର:ସମ୍ବଲପୁର ସ୍ଥିତ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ର ୧୯୮୩ ମାଟ୍ରିକ ବ୍ୟାଚ ଛାତ୍ର ଙ୍କର ବାର୍ଷିକ ସମାବେଶ ଜାନୁଆରୀ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ବର୍ଷ ହେଲା ନିୟମିତ ଆୟୋଜିତ ହେଉଥିବା ଏହି ପୁରାତନ ଛାତ୍ର ଙ୍କର ସମାବେଶ ହୀରାକୁଦ ବନ୍ଧ ର ଜିରୋ ପଏଣ୍ଟ ପାର୍ଶ୍ୱ ଜଳସେଚନ ବିଭାଗୀୟ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା l ଦୀର୍ଘ ୪୦ ବର୍ଷ ପୂର୍ବେ ସେବେଳର ପ୍ରତିଷ୍ଠିତ ସ୍କୁଲ ରେ ପାଠ ପଢିଥିବା ଛାତ୍ର ମାନେ ଆଜି ଶେଷ ର ବିଭିନ୍ନ ସ୍ଥାନରେ ଉଚ୍ଚ ପଦପଦବୀ କାର୍ଯ୍ୟ କରୁଥିବା ବେଳେ ଅନେକ ସମାଜ ରେ ପ୍ରତିଷ୍ଠିତ ହୋଇପାରିଛନ୍ତି l ହେଲେବି ଭୁଲି ନାହାନ୍ତି ସେଇ ୪୦ ବର୍ଷର ଛାତ୍ର ଜୀବନର ବିତେଇଥିବା ଅପାସୋରା କଥା l ଏହି ସମାବେଶ ରେ ଡାକ୍ତର ସଞ୍ଜୟ ଦାସ, ପ୍ରଣବ ଭୋଳ, ଡାକ୍ତର ଗିରିଶ ବେହେରା, ସୂର୍ଯ୍ୟ ପାଣିଗ୍ରାହୀ, ଭାରତ ପ୍ରଧାନ, ବିଶ୍ୱଜିତ ନାୟକ,ଦାବିଦୁ ରେଡ୍ଡୀ,ଦିଲୀପ ପଣ୍ଡା, ସତ୍ୟଜିତ ରାଏ, ବିମଲେଶ ପତି, ଜୟନାରାୟଣ ଶତପଥି, ଅଶୋକ ଦାସ, ସୂର୍ଯ୍ୟ ପ୍ରଧାନ ପ୍ରମୁଖ ସେଇ ଛାତ୍ର ଜୀବନର ଅନେକ ଅଭୁଲା କାହାଣୀ ଙ୍କୁ ତାଙ୍କର ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ l ମନେ ପକେଇଥିଲେ ସେଇ ଗୁରୁ ଶିକ୍ଷକ ମାନଙ୍କୁ ଏବଂ ସେମାନଙ୍କର ଆଦର୍ଶ କୁ ସ୍ମରଣ କରିଥିଲେ l
କିଛି ଛାତ୍ର ଇତିମଧ୍ୟରେ ସ୍ଵର୍ଗାରୋହଣ କରିଯାଇଛନ୍ତି, ସେମାନଙ୍କର ସ୍ମୃତି ଚାରଣ ମଧ୍ୟ କରାଯାଇଥିଲା l ଏହି ସମାବେଶ ରେ ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ମିଶ୍ର, ଚନ୍ଦ୍ର ଶେଖର ପାଢି, ଅଶୋକ ମହାନ୍ତି, ସୟଦ ଅବଦୁଲ ଶିରାଜ, ରାଜୀବ ଶତପଥି, ବୀରେନ୍ଦ୍ର ଗୁରୁ,ଅରବିନ୍ଦ ନାୟକ, ଫଣିଭୂଷଣ ମିଶ୍ର, ହରେଶ କର୍ଣ୍ଣ, ଅନିଲ ବେରିହା, ନିମେଇଁ ଚରଣ ସାହୁ, ରାମାନୁଜ କର ପ୍ରମୁଖ ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l