ବହୁ ଆଇଏଏସ,ଆଇପିଏସ ଲମ୍ବା ସମୟ ଧରି ମାଡି ବସିଛନ୍ତି ବିଭାଗ!
 
        ଭୁବନେଶ୍ବର: ରାଜ୍ୟ ସରକାଙ୍କ ବିଭିନ୍ନ ବିଭାଗରେ ଏକାଧିକ ଆଇଏଏସ୍, ଆଇପିଏସ୍ ଲମ୍ବା ସମୟ ଧରି ଦାୟିତ୍ୱରେ ରହିଛନ୍ତି।ସରକାରୀ ନିୟମ ଖିଲାପ କରୁଥିଲେ ମଧ୍ୟ ରାଜ୍ୟରେ ଏଭଳି ଅବସ୍ଥା ଦେଖାଦେଇଛି। ପ୍ରାୟତଃ ୩ ବର୍ଷ ଧରି ଯଦି କୌଣସି ଅଧିକାରୀ ଗୋଟିଏ ବିଭାଗରେ ଥିବେ ତେବେ ତାଙ୍କ ବିଭାଗ ପରିବର୍ତ୍ତନ କରିବା ନିୟମ ରହିଛି। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବା କଥା।କିନ୍ତୁ ସରକାର ଜାଣିଶୁଣି ଗାଲେଇ ରହୁଛନ୍ତି ।ଯଦି ଏଦିଗରେ ପଦକ୍ଷେପ ନିଆନଯାଏ ତେବେ ତାଲିକା ନେଇ ନିର୍ବାଚନ ଅଧିକାରୀଙ୍କୁ ଦେବୁ ବୋଲି ବିଜେପିର ଆଗଧାଡିର ନେତ୍ରୀ ଲେଖାଶ୍ରୀ କହିଛନ୍ତି। ଏହାକୁ ନେଇ ରାଜ୍ୟ ସରକାରରେ ଏକ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି।

 
                        
 
                                 
                                 
                                 
                                 
                                