ଭବାନୀପାଟଣା, ୧୮/୦୧ (ଜଗନ୍ନାଥ ନାଏକ) : ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନା ଅନ୍ତର୍ଗତ ଜଗନ୍ନାଥ ଏକ୍ସପ୍ରେସ ବସ ର ଶୁଭାରମ୍ଭ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସନ୍ଧ୍ୟା ୫.୦୦ ଘ ସମୟରେ ଭର୍ଚୁଆଲ ମୋଡରେ ସମ୍ପନ୍ନ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଶ୍ରଦ୍ଧାଳୁମାନଙ୍କ ପୁରୀକୁ ଯିବା ପାଇଁ ଏହି ବସ ସେବା ଏକ ସୁଯୋଗ ଆଣିଦେଇଛି । ପ୍ରଥମ ପର୍ଯ୍ୟାୟ ରେ ୧୨ଟି ଜିଲ୍ଲାରୁ ଏହି ବସ ସେବା ଆରମ୍ଭ କରାଯାଇଛି । ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ , ଆରକ୍ଷୀ ଅଧିକ୍ଷକ ଅଭଳାଷ ଜି. , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ପୌରଧକ୍ଷ। ସଂଯୁକ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଭର୍ଚୁଆଲ ମୋଡରେ ପ୍ରଥମେ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜଳ ସମ୍ପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏହି ଯୋଜନାର ଉଦ୍ଦେଶ୍ୟ ଊପରେ ସଂକ୍ଷିପ୍ତ ବକ୍ତବ୍ୟ ଦେଇଥିଲେ ଓ ସି ଏମ ଡି , ଓ ଏସ ଆର୍ ଟି ସି ଦିପ୍ତେଶ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ। ୫୧ସିଟ ବିଶିଷ୍ଟ ଆରାମ ଦାୟକ ଶୀତତାପ ନିୟନ୍ତ୍ରିତ ବସ ଭବାନୀପାଟଣା ଠାରୁ ରାମପୁର , ତୁମୁଡି ବନ୍ଧ , ବାଲିଗୁଡା , ଫୁଲବାଣୀ , ଚାରି ଛକ , ଦଶପଲ୍ଲା , ନୟାଗଡ଼ ,ଖୋର୍ଦ୍ଧା ,ଭୁବନେଶ୍ବର ଦେଇ ପୁରୀରେ ପହଞ୍ଚିବ । ପୂର୍ବରୁ ପ୍ରଚଳିତ ଲକ୍ଷ୍ମୀ ବସ ଯୋଜନାରେ ଲକ୍ଷ୍ମୀ ବସ ଗାଁ ରୁ ବ୍ଲକ , ବ୍ଲକ ରୁ ସଦର ମହକୁମା ପର୍ଯ୍ୟନ୍ତ ଯାଉଥିଲା ; ବର୍ତ୍ତମାନ ଏହା ସଦର ମହକୁମା ରୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ କରି ଯାତ୍ରାକୁ ଆରାମଦାୟକ ,ସହଜ ଓ ସୁଗମ କରିବ । ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଏବଂ ଅନାମ ଚରଣ ନାଏକ , ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ,ସହରର ବିଶିଷ୍ଟ ବ୍ୟକ୍ତି, ମିଶନଶକ୍ତି ସଭ୍ୟ,ସରକାରୀ ଅଧିକାରୀ,ଆ.ର.ଟି.ଓ ଗତିକୃଷ୍ଣ ସାମନ୍ତରାୟ ,ଓ.ଏସ.ଆର.ଟି ସି. ଜି.ଏମ. ରବୀନ୍ଦ୍ର ବେହେରା , ଲକ୍ଷ୍ମୀ ବସ ଯୋଜନା ପ୍ରବନ୍ଧକ ବିଶ୍ଵ ରଞ୍ଜନ ମହାନ୍ତି , ଡି.ଆଇ.ପି.ଆର.ଓ ମନୋଜ ବେହେରା ଙ୍କ ସହ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।