Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାରେ ଲାଗିଥିବା ସାମଗ୍ରୀ ଚୋରି କରିବା ଅଭିଯୋଗରେ ୩ କୋର୍ଟ ଚାଲାଣ

ଜମନକିରା,୮/୪: ଜମନକିରା ଥାନା ଅଧୀନରେ ଚାଲୁଥିବା ଜାତୀୟ ରାଜପଥ ୫୩ କାର୍ଯ୍ୟରେ ଲାଗିଥିବା ସାଇନ୍ ବୋର୍ଡ ଓ ଲୁହା ଏଙ୍ଗଲ ଚୋରି କରିବା ଅଭିଯୋଗରେ ଆଜି ୩ ଜଣକୁ ପୋଲିସ କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଇ ପୁଲିସ କହିଛି।
ପୋଲିସର ସୂଚନା ଅନୁଯାୟୀ, ଜମନକିରା ଠାରୁ ଦେବଗଡ଼ ଜିଲ୍ଲା ତିକେଇବଣି ପର୍ଯ୍ୟନ୍ତ ରାଜରାସ୍ତାରେ ନିର୍ମାଣ କାର୍ଯ୍ୟ ଚାଲୁଛି। ଉକ୍ତ କାର୍ଯ୍ୟରେ ବିଭିନ୍ନ ପ୍ରକାରର ସୂଚନା ବୋର୍ଡ, ଲୁହା ଏଙ୍ଗଲ ବ୍ୟବହାର କରାଯାଇଥିଲା। ତେବେ କିଛି ଦୁର୍ବୃତ୍ତ ଉକ୍ତ ସାମଗ୍ରୀ ଚୋରି କରି ନେଇଯାଇଥିବା ନେଇ ଠିକା ସଂସ୍ଥାର ଅଧିକାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୋଲିସ ଖାନତଲାସ କରି ଜମନକିରା ଜଗନ୍ନାଥ ପଡ଼ାର ମହେଶ ସାହୁ, ଖଇରଡିହି ଗ୍ରାମର ଲାଲୁ ଖଡିଆ ଏବଂ କୁଚିଣ୍ଡାର ମନୋଜ ରାୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏନେଇ ଜମନକିରା ଥାନାରେ କେସ ନମ୍ୱର ୩୨/୮-୨୩ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ମାନଙ୍କ ଠାରୁ ୩ ଟି ସାଇନ୍ ବୋର୍ଡ, ୨ ଲୁହା ଏଙ୍ଗଲ୍ ଆଉ ଗୋଟିଏ ସାଇକେଲ ଜବତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories