Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଇଟିଙ୍ଗ ଲେଡି ଡା.ନାରାୟଣୀ ପଣ୍ଡା ସମାଜସେବାରେ ପାଇବେତ ପଦ୍ମଶ୍ରୀ !

ସମ୍ବଲପୁର(ରାଜାରାମ ଷଡଙ୍ଗୀ):ସାରା ଜୀବନର ଉତ୍ସର୍ଗିତ ମହିଳା। ସେବାର ସୌଦାଗର।ପ୍ରତିଟି ହୃଦୟର ଦେବତା।ସବୁ ମନର ଉଦାହରଣ।ତ୍ୟାଗମୟୀ ସେବିକା।ପୂଣ୍ୟାତ୍ମା ପାଇଁ ଆଗ ଧାଡିର ସମାଜ ସଂସ୍କାରକ।ଭବିଷ୍ୟତ ପିଢି ପାଇଁ ଲାଇଟିଙ୍ଗ ଲେଡି ନାମରେ ପରିଚୟ ତୋଲିବାର ଜ୍ୱଳନ୍ତ ଦୀପ ଶିଖା । ସେ ହେଉଛନ୍ତି ସମ୍ବଲପୁର ସହରର ଘରେ ଘରେ ଓ ପ୍ରତିଟି ହୃଦୟର ପରିଚିତ ନାମ।ଡାକ୍ତର ନାରାୟଣୀ ପଣ୍ଡା।ଲକ୍ଷପତି ମହିଳା।କିନ୍ତୁ ସରଳ ଓ ଉଦାରତାର ପ୍ରାଣ।ଗ୍ରହଣ ନୁହେଁ ଦାନରେ ବିଶ୍ୱାସ ରଖୁଥିବା ଜଣେ ତ୍ୟାଗମୟୀ ମମତାର କର୍ଣ୍ଣଧାର । ସବୁଠି ସବୁ ମହଳରେ ଚର୍ଚାର ଅଭିନବ ଚରିତ୍ର। ରାସ୍ତା ଘାଟ ଚା’ଖଟିରୁ ତୃତୀୟ ମହାଳା ସବୁଠି ଏବେ ଚର୍ଚା ଡାକ୍ତର ନାରାୟଣୀ ପଣ୍ଡାଙ୍କ । ଜୀବନ ମୋହରୁ ସଂପୁର୍ଣ୍ଣ ମୁକ୍ତ ଓ ଜୀବନ ଗଢିବାର ମୋହରେ ନିରନ୍ତର ଭାବେ ନିଜର ମହାନତା ପ୍ରଦର୍ଶନ କରିଥିବା ଏହି ମହିଳାଯେ କୌଣସି ଗୁଣରେ କମ୍ ନୁହଁନ୍ତି। ସତେ ଯେପରି କୃଷ୍ଣଙ୍କ ଶଙ୍ଖ ନାଦ ଓ ଲକ୍ଷ୍ମୀଙ୍କ ପଦ୍ମ ଆସନ। ସ୍ଥାବର ଅସ୍ଥାବର ସଂପତ୍ତିର କୁବେର । ସୁନ୍ଦର ଅଟ୍ଟାଳିକା ସବୁ ଯେମିତି ତାଙ୍କ ପାଇଁ ଆଜି ଦାନର ପୂଣ୍ୟ ମହିମା ପାଲଟିଛି ।ଯେଉଁ ମହାବିଦ୍ୟାଳୟରୁ ପାଠ ପଢି ପରବର୍ତ୍ତି ସମୟରେ ଡାକ୍ତର ସାଜି ଜନ ଜୀବନର ମାଲିକାଣୀ ସାଜିଲେ ସେହି ମାଲିକାଣୀ ଆଜି ପୂଣ୍ୟ କାର୍ଯ୍ୟର ଦ୍ୱାର ଦେଶରେ । ମୋ କଲେଜ ଅଭିଯାନରେ ଗଙ୍ଗାଧର ମେହେର ବିଦ୍ୟାଳୟକୁ ପିଲାଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ୩୦ ଲକ୍ଷ ଟଙ୍କା ଦାନ କରିବା ଭଳି ଦାନିବୀର ସମ୍ବଲପୁର କାହିଁକି ଓଡିଶା ଇତିହାସରେ ବିରଳ। ତାକୁ ନେଇ ଚର୍ଚା ଥମିନଥିଲା ବେଳେ ତାଙ୍କର କୋଟି ଟଙ୍କା ମୂଲ୍ୟର ସୁନ୍ଦର ଅଟ୍ଟାଳିକାକୁ ସରକାରୀ ମହିଳା ବିଦ୍ୟାଳୟର ଛାତ୍ରୀ ନିବାସ କରିବାକୁ କଲେଜକ ଦାନ ସୂତ୍ରରେ ଦେବାଭଳି ଘୋଷଣା ଶୁଣି ଚକିତ ହୋଇ ପଡିଛି ଓଡିଶା । ବର୍ତ୍ତମାନ ତାଙ୍କ ୨ ମହଳା ଘରେ ଝିଅ ମାନେ ରହି ପାଠ ପଢୁଥିବା ବେଳେ ତାଙ୍କରି ଅନ୍ତେ ନିଜ ବାସ ଭବନକୁ ମହାବିଦ୍ୟାଳୟର ଛାତ୍ରୀ ନବାସ ପାଇଁ ଉତ୍ସର୍ଗିତ କରିବାକୁ ଗତ କାଲି ଚୁକ୍ତି ସରିଛି । ଏଥିପାଇଁ ଡାକ୍ତର ନାରାୟଣୀ ପଣ୍ଡାଙ୍କ କେବଳ ଅଭିନନ୍ଦନର ସୁଅ ଛୁଟୁନି ବରଂ ନିଜର ତ୍ୟାଗମୟ ସେବା ପାଇଁ ତାଙ୍କର ଏହି ପୂଣ୍ୟାତ୍ମା ପାଇଁ ଉପଯୁକ୍ତ ସମ୍ମାନର ଭାଗିଦାରିତା ନେଇ ବଡ ପ୍ରଶ୍ନ ଠିଆ ହୋଇଛିକ। ରଙ୍ଗବତୀ ଗୀତକୁ ନେଇ ଗୀତିକାରଙ୍କ ସହିତ ୨ କଣ୍ଠ ଶିଳ୍ପୀଙ୍କୁ ଯଦି ପଦ୍ମଶ୍ରୀ ମିଳିପାରୁଛି ତେବେ ସେହି ଗୁଣ ଗାରିମାଠୁ ଡାକ୍ତର ନାରୟଣୀଙ୍କ ଏଭଳି ମହାନତା କେଉଁ ଗୁଣରେ ଛୋଟ ହେବ ? ଜଣେ ରୋଟାରିଆନ୍ ଭାବେ କେବଳ ନୁହଁ ଦାକ୍ତରାଣୀରୁ ସେବାର ପ୍ରତୀକ ସାଜିଥିବା ଏହି ମହିୟସୀ ମହିଳାଙ୍କ ତ୍ୟାଗମୟ ସେବା ଓ ପୁଣ୍ୟଦାନକୁ ଆଧାର କରି ସମାଜସେବା ପାଇଁ କଣ ନାରାୟଣୀଙ୍କୁ ମିଳିପାରିବନି ପଦ୍ମଶ୍ରୀ।ରାଜ୍ୟ ଓ କେନ୍ଦ୍ର ସରକାର ବେଳ ଥାଉଣୁ ଏଭଳି ଜଣେ ଲାଇଟିଙ୍ଗ ଲେଡିକୁ ଉପଯୁକ୍ତ ସମ୍ମାନ ଦେଇ ଏଭଳି ବିରଳ ଇତିହାସକୁ ଉଜ୍ଜିବିତ କରିବେ ବୋଲି ଆଶା କରାଯାଉଛି । ବିଳମ୍ଭ ନକରି ଅବିଲମ୍ଭେ ଏ ଦିଗରେ ଉଭୟ ସରକାରଙ୍କ ସକରାତ୍ମକ ମନୋଭାବ ନର ସେବା ନାରାୟଣ ଉକ୍ତିକୁ ଫଳବତୀ କରିବ ଏହା ନାରାୟଣୀଙ୍କ ସମର୍ଥକ,ପ୍ରଶଂସକ ଓ ଶୁଭେଚ୍ଛୁ ସମସ୍ତେ ଆଶା କରିଛନ୍ତି।