Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲିରେ ବ୍ଲକ୍ ସ୍ତରୀୟ ଗଣତାନ୍ତ୍ର ଦିବସ ପାଳିତ।ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ ହେଲେ ୧୦ ପ୍ରତିଭା।

ସମ୍ବଲପୁର/ରେଙ୍ଗାଲି ତା.୨୭/୦୧(ରମାକାନ୍ତ ବିଶ୍ୱାଳ)
ରେଙ୍ଗାଲି ମିନି ଷ୍ଟାଡିୟମ୍ ଠାରେ ଶୁକ୍ରବାର “ସମଲପୁରୀ ଝରନ୍” ସଂଗଠନ ଆନୁକୁଲ୍ୟ ରେ ସଂଗଠନର ସଭାପତି ରମାକାନ୍ତ ବିଶ୍ବାଳଙ୍କ ସଭାପତିତ୍ବ ଓ ସଂପାଦକ ମନୋଜ କୁମାର ନାୟକଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ “ବ୍ଲକ୍ ସ୍ତରୀୟ ଗଣତନ୍ତ୍ର ଦିବସ ଓ ପୁଷ୍ ପୁନି ଭେଟ “ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ମହାସମାରୋହରେ ବୀରତା ସେବା ମେଡାଲ ପ୍ରାପ୍ତ ପୂର୍ବତନ ସେନା ଅଧିକାରୀ କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା ମୁଖ୍ୟ ଅତିଥି, ହସର ମହାରଥୀ ଗୁଣ ରଞ୍ଜନ ସଲିମା ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ କବି ତଥା ଗାୟକ ଜଗଦୀଶ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ।
ପ୍ରଥମେ ଅତିଥି ବୃନ୍ଦ ମାଁ ସମଲେଇ ଓ ମା ଭାରତୀ ଙ୍କ ପ୍ରତିକୃତି ରେ ପୂଜାର୍ଚ୍ଚନା କରି ଥିଲେ। ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି , ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରସ୍ତୁତ ପେରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ। ପେରେଡ୍ କୁ ପରିଚାଳନା କରିଥିଲେ ଅବସର ପ୍ରାପ୍ତ ଖେଳ ଗୁରୁ ପ୍ରଫୁଲ୍ଲ କୁମାର ଗହୀର।
ତା ପରେ ହୋଇଥିବା ସଭା କାର୍ଯ୍ୟ ରେ ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇ ଜାତୀୟ ପତାକା ଉତ୍ତୋଳନ ର ନିୟମ ଉପରେ ଧାରଣା ଦେବା ସଙ୍ଗେ ସଙ୍ଗେ ଭାରତୀୟତା ସର୍ବ ପ୍ରଥମ ବୋଲି କହିଥିଲେ। ଜାତୀୟ ଏକତା କୁ ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ବାନ ଜଣାଇଥିଲେ। ହିନ୍ଦୀ ମୋର ରାଷ୍ଟ୍ର ଭାଷା ଓ ସମ୍ବଲପୁରୀ ମୋର ମାତୃ ଭାଷା ବୋଲି ତାଙ୍କର ସମ୍ଭାଷଣ ରେ କହିଥିଲେ। ମୁଖ୍ୟ ବକ୍ତା ଶ୍ରୀ ସାଲୀମା ତାଙ୍କର ହସର ଯାଦୁଗରି ରେ ସମସ୍ତ ଜନତା ଙ୍କୁ ବିଭୋର କରିଥିଲେ ଏବଂ ସମ୍ବଲପୁରୀ ଭାଷା , ସାହିତ୍ୟ ଓ ସଂସ୍କୃତି ର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ତ୍ରିପାଠୀ ସମ୍ବଲପୁରୀ ଗୀତ ର ବିଭିନ୍ନ ବିଭାଗ ଉପରେ ଆଲୋକପାତ କରିବା ସହ ପୁଷ ପୁନୀ ଉପରେ ଆଧାରିତ ଏକ ସୁନ୍ଦର୍ ଗୀତ ପରିବେଷଣ କରିଥିଲେ। ସଭାପତି ରମାକାନ୍ତ ବିଶ୍ଵାଳ ସମାରୋହ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।
ଏହି ସମାରୋହ ରେ ବିଭିନ୍ନ କ୍ଷେତ୍ର ରେ ଉଚ୍ଚ ମାନର ସେବା ଏଵଂ ପ୍ରତିଭା ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ” ରେଙ୍ଗାଲି ମାଟିର ଗର୍ବ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା। ନିର୍ଭୀକ ଓ ସଚ୍ଚୋଟ ସାମ୍ବାଦିକତା ପାଇଁ ହରିହର ନାଥ, ଅବସର ପ୍ରାପ୍ତ ବୀର ଯବାନ ଚିତ୍ତ ରଞ୍ଜନ ସାହୁ,ନିଃସ୍ଵାର୍ଥପର ସ୍ବାସ୍ଥ୍ୟ ସେବା ପାଇଁ ରେଙ୍ଗାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ସୁରେନ୍ଦ୍ର ମୋହନ ବେହେରା, ଉନ୍ନତ ସେବା ପାଇଁ ଆଶାକର୍ମୀ ଶ୍ରୀମତୀ ଥାନେଶ୍ୱରି ଦାସ, ବର୍ଷୀୟାନ ଢୁଲିଆ ରଘୁନାଥ ବନଛୋର୍, ଲୋକ ଗାଇକା କୁମାରୀ ଜୟନ୍ତୀ ମେହେର, ନୃତ୍ୟ ଗୁରୁ ସୁନୀଲ କୁମାର ସାହୁ, ଯୋଗ ଗୁରୁ ତଥା ସମାଜ ସେବୀ ରଞ୍ଜନ କୁମାର ସାହୁ, ସଫଳ ମଣିଷ ସୁବାଷ ମିଶ୍ର, ଯୁବ ଜାତୀୟ କ୍ରିକେଟ ଖେଳାଳୀ ନୀତିଶ ଉପାଧ୍ୟାୟ
“ରେଙ୍ଗାଲି ମାଟିର ଗର୍ବ” ସମ୍ମାନ ରେ ସମ୍ମାନିତ ହୋଇ ଥିଲେ। କବି ଦେବେନ୍ଦ୍ର ରାଉତ, ରେଙ୍ଗାଲି ଓଏଭି ର ଅଧ୍ୟକ୍ଷ ରମନିକାନ୍ତ ସାହୁ ଓ କବୟିତ୍ରୀ ସରିତା ବାରିକ ନିଜସ୍ଵ ରଚିତ କବିତା ପାଠ କରି ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ।
ସମଲପୁରୀ ଝରନ୍ ସଂଗଠନ ତରଫରୁ ଆୟୋଜିତ ହୋଇଥିବା ସମଲପୁରୀ ଦେଶ୍ ଭକ୍ତି ଗୀତ୍,କବିତା ପାଠ୍, ରଂଚେ କଥାନି, ଚିତ୍ରାଙ୍କନ ଓ ନାଚ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇ ଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ଆୟୋଜିତ ହୋଇଥିବା ପେରେଡ୍ ପ୍ରତିଯୋଗିତା ରେ ଉଭୟ ବାଳକ ଓ ବାଳିକା ବିଭାଗ ରେ ଉଇନର୍ ନୂଆଁ ରମ୍ପେଳା ହାଇସ୍କୁଲ ଏବଂ ରନର୍ ଅକ୍ଷରା ଇଂଲିଶ ସ୍କୁଲ୍ କୁ ଟ୍ରଫି ଓ ପ୍ରଶଂସା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭିକ ଦେଶ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ବବୁଲୁ ତିୱାରୀ, ମନୋଜ କୁମାର ନାୟକ, ପୂର୍ଣ୍ଣ ପ୍ରଭା ନାୟକ ଓ ଭରତ ପଧାନ। ସାସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପରିଚାଳନା କରିଥିଲେ। ଉପ ସଭାପତି ଗୁନମଣି ସାହୁ ଓ ପର୍ଶୁରାମ ନାଥ କାର୍ଯ୍ୟକ୍ରମ କୁ ସଫଳ କରିବାରେ ଧବଳେଶ୍ବର ମହାନା, କୃଷ୍ଣ ଚନ୍ଦ୍ର ମେହେର, ସମୀର କାନ୍ତ ମାହାନା, ହୃଷୀକେଶ ପ୍ରଧାନ, ସଞ୍ଜୀବ ଷଣ୍ଢ, ସୁମନ୍ତ ଲୁହା, ସୁଧୀର ମେହେର, ରମେଶ ବାରିକ, ରମେଶ ମାହନା, ହେରମ୍ବ ପାତ୍ର, ଆନନ୍ଦ ବାଗ, ବାବୁଲୁ ତିୱାରୀ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories