Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକାର୍ପଣ ହେଲା ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ।

ସମ୍ବଲପୁର ତା.୨୭/୦୧ (ରମାକାନ୍ତ ବିଶ୍ୱାଳ)
ସମଲେଇ ଯୋଜନା ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକେପଟର ଯୋଗେ ଜମାଦାରପାଲି ଏୟାରଷ୍ଟ୍ରିପ ରେ ଅପରାହ୍ନ 12.30 ରେ ପହଂଚିବା ପରେ ସେଠାରୁ କାରକେଡ ରେ ସମଲେଶ୍ୱରୀ ମନ୍ଦିର କୁ ପହଞ୍ଚି ମାଁ ଙ୍କ ଦର୍ଶନ କରି ଥିଲେ l ଏହାପରେ ସେ ସମଲେଇ ଯୋଜନା ର ଫଳକ ଅନାବରଣ କରି ଲୋକାର୍ପଣ କରିଥିଲେ l ଏହାପରେ ମୁଖ୍ୟମନ୍ତ୍ରୀ ଯଜ୍ଞ ବେଦୀ କୁ ଯାଇ କିଛି ସମୟ ସେଠାରେ ବସି ଥିଲେ l ଏହା ପରେ ସେ ସମଲେଇ ପ୍ରକଳ୍ପକୁ ବ୍ୟାଟେରୀ ଚଳିତ ଗାଡ଼ିରେ ବୁଲି ଦେଖିଥିଲେ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଙ୍କ ସହ ଫଟୋ ଉତ୍ତୋଳନ କରି ଥିଲେ l ଏହା ପରେ ସମଲେଇ ପ୍ରକଳ୍ପ ପରିସର ରେ ଆୟୋଜିତ ଏକ ସଭା ରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ l ଏଠାରେ ସେ ବିଶିଷ୍ଟ ବ୍ୟକ୍ତି ଙ୍କୁ ଭେଟି ଥିଲେ ଓ କେତେକ କାରିଗର ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ l ଏହି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଶାରଦା ନାୟକ, ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରିତା ସାହୁ, ରୋହିତ ପୂଜାରୀ, କିଶୋର ନାଏକ, ପ୍ରୀତି ରଞ୍ଜନ ଘଡେଇ, ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ, କ୍ରିଷ୍ଣା ପଟେଲ, ମିତ୍ରଭାନୁ ଗୌନ୍ତିଆ, ହଳଧର ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହା ପରେ ମୁଖ୍ୟମନ୍ତ୍ରୀ ମହାନଦୀ ରିଭର ଫ୍ରଣ୍ଟ ଭ୍ୟୁ ଓ ମହାନଦୀ ଆଳତୀ ସ୍ଥଳ ବୁଲି ଦେଖିଥିଲେ l ଆଜି ସନ୍ଧ୍ୟା ରେ ମହାନଦୀ ଆଳତୀ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି l
ଏହି କାର୍ଯ୍ୟକ୍ରମ ରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କ ସହ ବହୁ ନେତା, ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି, ରାଜ୍ୟର ତଥା ରାଜ୍ୟ ବାହାର ର ବିଭିନ୍ନ ମନ୍ଦିର ର ପୂଜକ ମଣ୍ଡଳୀ ସାମିଲ ହୋଇଥିଲେ l
ସୂଚନାଯୋଗ୍ୟ ଯେ ଗତକାଲି ମହାନଦୀ ଅଯୋଧ୍ୟା ସରୋବର ରୁ 1100 ମହିଳା କଳସ ଯାତ୍ରା କାରି ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନଜର ରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା lମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅପରାହ୍ନ ପ୍ରାୟ 1ଟା ରୁ 2 ଟା 10 ପର୍ଯ୍ୟନ୍ତ ରହିଥିଲା l ଏହି ସମୟରେ 35 ପ୍ଲାଟୁନ ଫୋର୍ସ ଓ 150 ଜଣ ଅଫିସର ସୁରକ୍ଷା ବ୍ୟବସ୍ଥା ରେ ନିୟୋଜିତ ହୋଇଥିଲେ । ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାରୁ ଦକ୍ଷ ସିନିୟର ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମ୍ବଲପୁରରେ ନିୟୋଜିତ କରାଯାଇଥିଲାl
ସମଲେଇ ଯୋଜନା ପାଇଁ ଆଜି ସକାଳ 8 ଟାରୁ ଯଜ୍ଞ ଆରମ୍ଭ ହୋଇଥିଲା l 11 ଟି ଜିଲ୍ଲା ର 30 ଜଣ ପଣ୍ଡିତ ଏହି ଯଜ୍ଞ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ