ବୀରମହାରାଜପୁର : ( ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବାଘମାରି ଗ୍ରାମ ବାସିନ୍ଦା ଶିକ୍ଷାବିତ ଚନ୍ଦ୍ର ଶେଖର ମିଶ୍ର ଙ୍କ ଶନିବାର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଏ ପରିପ୍ରେକ୍ଷୀରେ ସ୍ଥାନିୟ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ସଭାଗୃହରେ ଶ୍ରୀ ମିଶ୍ରଙ୍କ ବିୟୋଗରେ ଏକ ଶୋକସଭା ରବିବାର ଆୟୋଜିତ ହୋଇଥିଲା I ସଂଗଠନର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ସଭାପତିତ୍ବ କରିଥିଲେ l ପ୍ରଥମେ ଶ୍ରୀ ମିଶ୍ରଙ୍କ ଅମରଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଶ୍ରୁତି ଚାରଣ ପୂର୍ବକ ସଭାପତି ଡ. ରଥ ସେ ତାଙ୍କର ବରିଷ୍ଠ ନାଗରିକ ସଂଗଠନ ର ସଭାପତି ଥିବା ସମୟର ସୁଗୁଣ କୁ ପ୍ରଶଂସା କରିବା ସହିତ ସେ ଜଣେ ସୁସଂଗଠକ , ମେଳାପି , ଧାର୍ମିକ , ସାହିତ୍ୟିକ , ସୁବକ୍ତା , ଛାତ୍ର ବତ୍ସଳ , ଶିକ୍ଷା ପ୍ରେମୀ , ଖେଳ ପ୍ରେମୀ ଆଦି ବହୁ ଗୁଣର ଅଧିକାରୀ ହୋଇ ସମସ୍ତଙ୍କର ଆପଣାର ଥିବା କଥା କହିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ଉପ ସଭାପତି ସୌମିତ୍ରି ମେହେର , ସମ୍ପାଦକ ସନ୍ତୋଷ ଷଡଙ୍ଗୀ , କୋଷାଧକ୍ଷ ଦୟାନିଧି ହୋତା , ପରାମର୍ଶ ଦାତା ଅବସରପ୍ରାପ୍ତ ଶିକ୍ଷକ ଗୋପିନାଥ ମହାକୁର , ଭୂଷଣ କୁମାର ପାତ୍ର ଙ୍କ ସହିତ ଦିଲ୍ଲୀପ କୁମାର ମିଶ୍ର , ବାସୁଦେବ ପଣ୍ଡା , ଜୟଦେବ ସାହୁ , ଶୁରୁ ସାହୁ ପ୍ରମୂଖ ବହୁ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ l
ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ପୂର୍ବତନ ସଭାପତି ଶିକ୍ଷାବିତ୍ ଚନ୍ଦ୍ର ଶେଖର ମିଶ୍ର ଙ୍କ ବିୟୋଗରେ ଶୋକସଭା
