Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଜନତାପାର୍ଟି ର ସାଙ୍ଗଠନିକ ବୈଠକ

ବୀରମହାରାଜପୁର ( ସୌମିତ୍ରି ମେହେର) : ବିଜେପି କାର୍ଯ୍ୟାଳୟ ଠାରେ ବୀରମହାରାଜପୁର ବିଧାନସଭା ସ୍ତରୀୟ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନିର୍ବାଚନ ଦୃଷ୍ଟି ରୁ ଏହି ବୈଠକ ଅତି ଗୁରୁତ୍ୱପୂର୍ଣ ଅଟେ। ଆଗାମୀ ସାଧାରଣ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇବା ପାଇଁ ବୁଥ୍ ସ୍ଥରୀୟ ସଂଗଠନ ସୁଦୃଢ କରିବା ଉପରେ ବକ୍ତା ମାନେ ଗୁରୁତ୍ୱ ଦେବା ସହ ପାର୍ଟି କୁ ଯଶସ୍ବୀ କରାଇବା ଉପରେ ଆଲୋକପାତ କରିଥିଲେ । ଏହି ବୈଠକ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାକୁର , ରଘୁନାଥ ଜଗଦଲା , ଉଷା କୁମାରୀ , ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱମ୍ଭର ମିଶ୍ର , ବେଣୁଧର ଦାଶ , ଲୋକସଭା ବିସ୍ତାରକ , ବିଧାନସଭା ସଂଯୋଜକ ତଥା ଜିଲ୍ଲା ଉପସଭାପତି ଅଶୋକ ପୃଷ୍ଟି , ବିଧାନସଭା ପ୍ରଭାରୀ ବିହାରୀ ମାଝୀ , ବରିଷ୍ଠ କାର୍ଯ୍ୟକର୍ତ୍ତା ସତ୍ୟବ୍ରତ ମିଶ୍ର , ପ୍ରଶାନ୍ତ ଦଣ୍ଡସେନା , ଆନନ୍ଦ ବାରିକ , ସୁମନ୍ତ ଜଗଦଲା , ନଳିନୀ ପଣ୍ଡା , ରଶ୍ମିତା ଷଡ଼ଙ୍ଗୀ , ମଣ୍ଡଳ ସଭାପତି , ସାଧାରଣ ସମ୍ପାଦକ , ବୁଥ୍ ପ୍ରମୁଖ ଇତ୍ୟାଦି ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ