Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପାଙ୍କ ଅଧୁରା କାମକୁ ପୁରଣ କରିବେ ପୁଅ ବିଶାଳ। ନବ ଦାସ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି ।

ସମ୍ବଲପୁର/ ରେଙ୍ଗାଲି-୩୦/୦୧ (ରମାକାନ୍ତ ବିଶ୍ୱାଳ)
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସର ରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ପଞ୍ଚାୟତ ଛକ ନିକଟରେ ରେଙ୍ଗାଲି ନାଗରିକ କିମିଟି ପକ୍ଷରୁ ସର୍ବଦଳୀୟ ସଭା ଅନୁଷ୍ଠିତ ହୋଇ ସ୍ୱର୍ଗତ ଦାସ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ନବ ଦାସ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଧୂପଦୀପ ଦୀପ ପ୍ରଜ୍ଵଳନ କରାଯାଇ ଦିବଙ୍ଗତ ଙ୍କ ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ନାଗରିକ କମିଟି ର ଅନ୍ତର୍ଯ୍ୟାମୀ ପାଣି ସ୍ୱାଗତ ଭାଷଣ ଦେଇଥିଲେ। ବିନୋଦ ବିହାରୀ ନନ୍ଦ ସଭା ପରିଚାଳନା କରିଥିଲେ। ନବ ଦାସ ଙ୍କ ପୁତ୍ର ଵିଶାଳ ଦାସ, ଅଶୋକ ଗୁରୁ, ମହେନ୍ଦ୍ର ଓରାମ,ପୂର୍ବତନ ବିଧାୟକ ରମେଶ ପଟୁଆ, ଦେବେନ୍ଦ୍ର କିଶୋର ପତି, , କିରଣ ବେହେରା, ଏମବି ସତ୍ୟନ, ଜିତେନ୍ଦ୍ର ପ୍ରସାଦ ପଣ୍ଡା, ମୋତିଲାଲ ତନ୍ତୀ,ଇଂ ଗାନ୍ଧିବେହେରା ପ୍ରଦୀପ ସାହୁ, ନାରାୟଣ ଶର୍ମା, ଦୟାନିଧି ଭଇଁସାଲ, ଶଶି ଭୂଷଣ ସାହୁ, ବାବୁଲାଲ ଅଗ୍ରୱାଲ, ଅଶ୍ବିନୀ ପଟେଲ,ସୁଶୀଲ କିଷାନ ସୁଜିତ ସେନ, ଅଜିତ ଗୁରୁ, ଦିଲ୍ଲୀପ ମାହାଣା, ମୋନିକା ବେହେରା, ରୀନା ତନ୍ତୀ, ଚୋଳଶ୍ରୀ ମହାନନ୍ଦ,ସନ୍ତୋଷ ବର୍ମା, ଶେଷଦେବ ପଧାନ,ପଦ୍ମଲୋଚନ ଧର,ବିରଞ୍ଚି କୁମାର ବିଶାଳ ପ୍ରମୁଖ ଙ୍କ ସହ ସବୁଦଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ନବ ଦାସ ଙ୍କ ବ୍ୟକ୍ତିତ୍ବ ଓ ରାଜନୈତିକ ଜୀବନ ,ବିଭିନ୍ନ ଉନ୍ନୟନମୂଳକ କାମ ରେ ତାଙ୍କର ଅବଦାନ ର ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ