Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ସମ୍ବଲପୁର/ରେଙ୍ଗାଲି-୩୦/୦୧ (ରମାକାନ୍ତ ବିଶ୍ବାଳ)
ସମ୍ୱଲପୁର ଜିଲ୍ଲା ର ରେଙ୍ଗାଲି ରେ ଥିବା ସରକାରୀ ପୋଲିଟେକନିକ୍ ରେ ଆଜି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ରେଙ୍ଗାଲି ସରକାରୀ ପଲିଟେକନିକ୍ ଅଧ୍ୟକ୍ଷ ସୁଧାଂଶୁ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମେଳା କୁ ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେଙ୍ଗାଲି ସରକାରୀ ପଲିଟେକନିକ୍ ର ଅଧ୍ୟାପକ ସରୋଜକାନ୍ତ ରାୟ, ସୁଶାନ୍ତ ବାଗ, ସୁସ୍ମିତା ବାଗ, ରେଙ୍ଗାଲି ବ୍ଲକ୍ ଓଡିଶା ଜୀବିକା ମିଶନ ପ୍ରୋଜେକ୍ଟ ମେନେଜର ଜପମାଲି ଭୋସାଗର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଡେପୁଟି ଡାଇରେକ୍ଟର ସ୍କିଲ୍ ଏବଂ ଏମ୍ପ୍ଳୟମେଣ୍ଟ ଅଧିକାରୀ ଶଙ୍କର ଚରଣ ମୁର୍ମୁ ସଭାପତିତ୍ବ କରିବା ସହିତ ଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ମେଳାରେ ୪୨୫ ଜଣ ଯୁବକ ଯୁବତୀ ନିଯୁକ୍ତି ପାଇଁ ରେଜିଷ୍ଟ୍ରେସନ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୧୫୦ ଜଣ ଟ୍ରେନିଙ୍ଗ ପାଇଁ ଚୟନ ହୋଇଥିବା ବେଳେ ୬୨ ଜଣଙ୍କୁ ସିଧସଳଖ ନିଯୁକ୍ତି ମିଳିଥିଲା।୧୨ ଟି ନିଯୁକ୍ତି ଦାତା ସଂସ୍ଥା ନିଯୁକ୍ତି ମେଳା ରେ ଅଂଶଗ୍ରହଣ କରିଥିଲେ। ରେଙ୍ଗାଲି ବ୍ଲକ ରେ ଅନେକ ବହୁରାଷ୍ଟ୍ରିୟ କମ୍ପାନୀର କଳକାରଖାନା ପ୍ରତିଷ୍ଠିତ ହୋଇ ଥିଲେ ମଧ୍ଯ ଏହି ନିଯୁକ୍ତି ମେଳା ରେ ଗୋଟିଏ ହେଲେ ଶିଳ୍ପାନୁଷ୍ଠାନ ଆସି ନଥିଲେ। ଏହାକୁ ନେଇ ସଚେତନ ନାଗରିକ ତଥା ବେକାର ଯୁବକ ଯୁବତୀ ଙ୍କ ମଧ୍ଯ ରେ ଅସନ୍ତୋଷ ପ୍ରକାଶ ପାଇଥିବାର ପରିଲକ୍ଷିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ