ବୀରମହାରାଜପୁର : ( ସୌମିତ୍ରି ମେହେର) ଓଡ଼ିଆ ସାହିତ୍ୟର ବିବର୍ତ୍ତନବାଦ ପ୍ରାକ୍ ସାରଳା ଯୁଗରୁ ଉତ୍ତର ଆଧୁନିକ ଯୁଗ ପର୍ଯ୍ୟନ୍ତ ବ୍ୟାପ୍ତ । ଲୋକସାହିତ୍ୟ ମାଧ୍ୟମରେ ଶିକ୍ଷିତତାର ପ୍ରମାଣ ମିଳେ। ହଳିଆର ଗୀତରେ, ଗାଁ ଦାଣ୍ଡରେ ଗାଁ ଝିଅଙ୍କ ଖେଳରେ, ଆଇମା କାହାଣୀରେ ଓଡ଼ିଆ ସାହିତ୍ୟର ଝଲକ ବାରିହୁଏ । ବୁଧବାର ବୀରମହାରାଜପୁର ମହାବିଦ୍ୟାଳୟର ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନୀ ସମାରୋହ ଓ ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନାଟ୍ୟକାର ତଥା ସାହିତ୍ୟିକ ଡ. ଦ୍ବାରିକାନାଥ ନାୟକ ମତବ୍ୟକ୍ତ କରିଥିଲେ । କଲେଜର ଅଧ୍ୟକ୍ଷ ସୁଦାମ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ ମୁଖ୍ୟଅତିଥି , ସମ୍ମାନୀତ ଅତିଥିଭାବେ ପରିଚାଳନା କମିଟି ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ଯୋଗଦେଇଥିଲେ । ଏଥିରେ ନୋଡାଲ ଅଧିକାରୀ ଡ. ହିମାଂଶୁ ଶେଖର ପାଢୀ , ସୂର୍ଯ୍ୟନାରାୟଣ ପଣ୍ଡା , ପ୍ରଧ୍ୟାପିକା ଗୀତାଞ୍ଜଳୀ ପୂଜାରୀ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ଯ ପ୍ରଦାନ କରିଥିଲେ । ଏହି ଅବସରରେ କଲେଜର ମୁଖପତ୍ର ଭୂମା ଉନ୍ମୋଚିତ ହୋଇଥିଲା । ପରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଅଧ୍ୟାପିକା ହରପ୍ରିୟା ମହାପାତ୍ର ଧନ୍ୟବାଦ ଦେଇଥିଲେ।
ବୀରମହାରାଜପୁର କଲେଜ ରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଓ ବାର୍ଷିକ ଉତ୍ସବ ପାଳିତ
