ବହୁଭାଷୀ ଚଳଚ୍ଚିତ୍ର ” ଜୟ ମାଁ ସମଲେଇ”ର ଶୁଭ ମହୁରତ।


ସମ୍ବଲପୁର-୦୨/୦୨ (ରମାକାନ୍ତ ବିଶ୍ୱାଳ)
ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ବହୁଭାଷୀ ଚଳଚ୍ଚିତ୍ର ” ଜୟ ମାଁ ସମଲେଇ” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂଜାର୍ଚ୍ଚନା ପରେ ପୋଷ୍ଟର ଉନ୍ମୋଚନ ହୋଇଥିଲା ।
ମାଁଙ୍କ ପ୍ରତି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତ ଆଉ ଶ୍ରଦ୍ଧାଳୁଙ୍କ ବିଶେଷ ଭିଡ଼ ଜମିଥାଏ । ଏଭଳିସ୍ଥଳେ ମାଁଙ୍କ ଗାଥା ଓ ମହିମାକୁ ନେଇ ସନଲିଶା ସିଗ୍ନେଚର, ଶିରିଡି ସାଈବାବା ମୁଭିଜ ଓ ନ୍ୟୁ ଜେନେରେସନ ଫିଲ୍ମସ ମିଳିତ ଆନୁକୂଲ୍ୟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯିବ ।
ଶ୍ରୀଜଗନ୍ନାଥ ଚଳଚ୍ଚିତ୍ର ୧୫ଟି ଭାଷାରେ ମୁକ୍ତିଲାଭ କରିଥିଲା l ତେବେ ଏହି ଚଳଚ୍ଚିତ୍ର ଆଉ ଅଧିକ ସମ୍ବଲପୁରୀ ଏବଂ ନେପାାଳି ଭାଷାରେ ମଧ୍ଯ ମୁକ୍ତିଲାଭ କରିବ। ଏହା ବହୁଭାଷାରେ ମୁକ୍ତିଲାଭ କରିବା ଲକ୍ଷ୍ୟ ନେଇ ନିର୍ମାଣ ହେବାକୁ ଯାଉଛି l ଚଳଚ୍ଚିତ୍ରର ସ୍କ୍ରିନ, ସଙ୍ଗୀତ ଉପରେ କାମ ଆରମ୍ଭ ହୋଇଯାଇଛି । ଦୀର୍ଘ ୬ ମାସ ମଧ୍ୟରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପାଇଁ ଯୋଜନା ରହିଛି ବୋଲି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଡ. ସବ୍ୟସାଚୀ ମହାପାତ୍ର କହିଛନ୍ତି l ଶୁଭ ମହୁରତ ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ ସନଲିଶା ପଟେଲ, ପ୍ରଣୟ ଜେଠୀ ଓ କୁମାର ଶ୍ରୀ ମହାପାତ୍ର, ଉପଦେଷ୍ଠା ସଞ୍ଜୟ ପଟେଲ, ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ, ଅର୍ଜୁନ ରଞ୍ଜନ ପଣ୍ଡା , ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ତପସ୍ଵିନୀ ଗୁରୁ, ଜିତେନ୍ଦ୍ରୀୟ ହୋତା, ସୁଶାନ୍ତ ମହାପାତ୍ର, ମଣ୍ଟୁ ମହାପାତ୍ର, ପ୍ରିତିଶ ରଂଜନ ଦାଶ, ହେମନ୍ତ ମହାପାତ୍ର, ମୁରଲୀଧର ନାଏକ ପ୍ରମୁଖ ଯୋଗ ଦେଇଥିଲେ l