Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ଶିକ୍ଷା ଅଧିକାରୀ ଲଇଡା କଲେଜ ପରିଚାଳନା କମିଟିର ସଭାପତି ଙ୍କ ପରଲୋକ।

ସମ୍ବଲପୁର/ରେଙ୍ଗାଲି-୦୬/୦୨
(ରମାକାନ୍ତ ବିଶ୍ୱାଳ)
ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ତଥା ଲଇଡା ଦୁତିକା ସାହୁ ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଥିବା ହେମସାଗର ବାଗ(୬୩) ଙ୍କ ହୃଦଘାତ ରେ ଲଇଡା ସ୍ଥିତ ବାସଭବନ ରେ ଗତ ରାତି ରେ ପରଲୋକ ହୋଇଯାଇଛି। ସ୍ବର୍ଗତ ବାଗ ଜଣେ ଶିକ୍ଷାନୁଷ୍ଠାନ ପ୍ରେମି,କର୍ତ୍ତବ୍ଯ ପରାୟଣ ସରଲ,ଅମାୟିକ,ପରୋପକାରୀ ଓ ଧର୍ମ ପରାୟଣ ବ୍ଯକ୍ତି ରୂପେ ଲୋକପ୍ରିୟ ଥିଲେ। ସମ୍ବଲପୁର ଜିଲ୍ଲା ରେଙ୍ଗାଲିବ୍ଲକ ଝାଙ୍କରପାଲି ୟୁଜିଏମଇ ସ୍କୁଲ,ଝାରସୁଗୁଡା ଜିଲ୍ଲାର କୋଲାବିରା ଏମଇ ସ୍କୁଲ ର ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଇବାପରେ ରେଙ୍ଗାଲିବ୍ଲକ ଓ ମାନେଶ୍ଵର ବ୍ଳକ ଶିକ୍ଷା ଅଧିକାରୀ ଏବଂ ଏହା ପରେ ଝାରସୁଗୁଡା ସଦର ବ୍ଲକ ଲଇକେରା ବ୍ଳକ ଶିକ୍ଷା ଅଧିକାରୀ ପଦ ରେ ରହି ୨୦୨୦ ମସିହା ରେ ଅବସର ଗ୍ରହଣ କରିଥିଲେ। ଅବସର ଗ୍ରହଣ ପରେ ଗତ କିଛି ବର୍ଷ ହେଲା ସେ ଲଇଡା ରେ ଥିବା ଦୁତିକା ସାହୁ ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଥିଲେ। ମୃତ୍ଯୁର ଖବର ପାଇ ଲଇଡା କଲେଜ ର ଅଧ୍ୟକ୍ଷ ଡ.ବସନ୍ତକୁମାର ନାଏକ,ଅଧ୍ୟାପକ/ଅଧ୍ୟାପିକା/କର୍ମଚାରୀ ସମେତ ବହୁ ସଂଖ୍ୟକ ଆତ୍ମୀୟସ୍ବଜନ,ବନ୍ଧୁବାନ୍ଧବ,ସହପାଠି,ସହ କର୍ମୀ,ଶିକ୍ଷକ, ଗଣ୍ୟମାନ୍ୟ ବ୍ଯକ୍ତି ଅନ୍ତିମ ଦର୍ଶନ ପାଇଁ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଥିଲେ। ଗ୍ରାମ୍ଯ ଶ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ଦେବାଶିଷ ଓ ସୁବାଷିଶ ମୁଖାଗ୍ନି ଦେଇଥିଲେ। ମୃତ୍ଯୁର ଖବର ପ୍ରଚାରିତ ହେଲା ପରେ ପରିଚିତ ମହଲ ରେ ଶୋକ ର ଛାୟା ଖେଳି ଯାଇଛି।
ଲଇଡା କଲେଜ ରେ ଶୋକ ସଭା ଓ ସମ୍ମାନାର୍ଥେ ଛୁଟି
__________________________
ପରିଚାଳନା କମିଟି ର ସଭାପତି ହେମସାଗର ବାଗ ଙ୍କ ବିୟୋଗ ରେ କଲେଜ ପରିସର ରେ ପରିଚାଳନା କମିଟିର ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଶୋକ ସଭା ଆୟୋଜିତ ହୋଇଥିଲା। ଏଥିରେ ଅଧ୍ୟକ୍ଷ ଡ. ବସନ୍ତ କୁମାର ନାଏକ ଙ୍କ ସମେତ ପରିଚାଳନା କମିଟିର ସଭ୍ଯ/ସଭ୍ଯା ଉପସ୍ଥିତ ହୋଇ ଦିବଙ୍ଗତଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ କଲେଜ ର ଅଧ୍ୟକ୍ଷ ଅଧ୍ୟାପକ କର୍ମଚାରୀ ଓ ଛାତ୍ର ଛାତ୍ରୀ ଶୋକସଭା ରେ ସମବେତ ହୋଇ ସ୍ୱର୍ଗତ ବାଗ ଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ବାଗ ଙ୍କ ସମ୍ମାନାର୍ଥେ ଆଜି କଲେଜ ଛୁଟି ଘୋଷଣା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ