Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାହାଁତିର ବାର୍ଷିକ ଉତ୍ସବ। ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ପ୍ରତିଭା।

ସମ୍ବଲପୁର- ୦୬/୦୨ (ରମାକାନ୍ତ ବିଶ୍ୱାଳ)
ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଏବଂ ଘଟଣାକ୍ରମର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଥିବା ପାହାଁତି ଅନୁଷ୍ଠାନ ର ପ୍ରଥମ ବାର୍ଷିକ ଉତ୍ସବ ମଂଗଲବାର ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି। ଦେବୀପ୍ରସାଦ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଡାକ୍ତର ତଥା ସାମାଜିକ କର୍ମୀ ଡ ଶଂକର ରାମଚନ୍ଦାନୀ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଡାକ୍ତର ତଥା ଲେଖକ ଡ ରାମଚରଣ ପ୍ରଧାନ ସମ୍ମାନିତ ଅତିଥି ଏବଂ ସାମ୍ବାଦିକ ତଥା ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ ମୁଖ୍ୟ ବକ୍ତା ଭାବେ ସାମିଲ ହୋଇଥିଲେ। ପାହାଁତି ର ସମ୍ପାଦକ ଆଲୋକ ସାହୁ ଅନୁଷ୍ଠାନ ର ଗୋଟିଏ ବର୍ଷ ର ଉପଲ୍ଲବ୍ଧୀ ବିଷୟ ରେ ସୁଚନା ଦେଇଥିଲେ। ବର୍ଷକ ଭିତରେ ଭାଷା ସାହିତ୍ୟ ସଂସ୍କୃତି , ସମାଜସେବା କ୍ଷେତ୍ରରେ ବିଶିଷ୍ଟ ଯୋଗଦାନ ଦେଇଥିବା ପ୍ରତିଭା ମାନଂକୁ ସମ୍ମାନୀତ କରାଯାଇ ଥିଲା। ସମ୍ବଲପୁରୀ ଭାଷାର ପ୍ରକାଶନ ପାଇଁ ସୋହେଲା ର ବିକାଶ ଚନ୍ଦ୍ର ସାହୁଂକୁ ପାହାଁତି ପ୍ରକାଶନ ସମ୍ମାନ, କାହ୍ନୁକେଶବ ବହିଦାରଂକୁ ପାହାଁତି ଗାୟକ ସମ୍ମାନ, ଅଭିନେତା ସଦାନନ୍ଦ ସାହୁଁକୁ ପାହାଁତି କଳା ସମ୍ମାନ, ରାମାଶିଷ ତ୍ରିପାଠୀଂକୁ ପାହାଁତି ଉଦଘୋଷକ ସମ୍ମାନ,ନାଟ୍ୟ ଶ୍ରୀ ମାନସ ରଂଜନ ମିଶ୍ରଂକୁ ପାହାଁତି ନାଟ୍ୟ ସମ୍ମାନ,ମାନସ ଷଡଂଗୀଂକୁ ପାହାଁତି ଗବେଷକ ସମ୍ମାନ,ବିଦ୍ଯାଧର କଣ୍ଟାଂକୁ ପାହାଁତି ବାଦ୍ଯକାର ସମ୍ମାନ,ପ୍ରମୋଦ ଉର୍ମାଂକୁ ପାହାଁତି ଗାୟକ ସମ୍ମାନ,ଡ ଶଂକର ରାମଚନ୍ଦାନୀଂକୁ ପାହାଁତି ସମାଜସେବୀ ସମ୍ମାନ ଏବଂ
ଗୀତା ଆବ୍ରୁତି ରେ ସୁନାମ ଅର୍ଜନ କରିଥିବା ଆରାଧ୍ୟ ସାହୁଂକୁ ପାହାଁତି କୁନି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇ ଥିଲା। କାର୍ଯ୍ୟକ୍ରମରେ ନୁଆପଡା ରୁ ଦେବରାଜ ରଣା, ବଲାଙ୍ଗିରରୁ ସ୍ବପ୍ନିକା ସାହୁ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମ ରେ ମାନସ ଷଡଂଗୀଂ, କାହ୍ନୁ କେଶବ ବହିଦାର, ପ୍ରମୋଦ ଉର୍ମା ସଂଗୀତ ପରିବେଷଣ କରିଥିବା ବେଲେ ସଦାନନ୍ଦ ସାହୁ ଏବଂ ଟଂକଧର କଣ୍ଢେର ଅଭିନୟ କରି ମନୋରଞ୍ଜନ କରିଥିଲେ। ବିଶିଷ୍ଟ ସାହିତ୍ୟିକ ମାହେଶ୍ୱରୀ ପ୍ରସାଦ ପାଶିଗ୍ରାହୀ ସମ୍ବଲପୁରୀ ଭାଷା ସଂସ୍କୃତି ପାଇଁ ପାହାଁତିର ପ୍ରୟାସକୁ ପ୍ରସଂସା କରିଥିଲେ।।
କାର୍ଯ୍ୟକ୍ରମ କୁ ଛନ୍ଦାମୟୀ ମିଶ୍ର ପରିଚାଲନା କରିଥିଲେ। ସଭାପତି ଦେବୀପ୍ରସାଦ ଭୋଇ ପ୍ରାରମ୍ଭରେ ଅତଥୀ ସ୍ବାଗତ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଆଲୋକ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories