ଆହ୍ଲାବାଦର ଗଙ୍ଗା କୂଳର ୨୪ ନମ୍ବର ୱାର୍ଡ ର ଏକ ଗାଁ ଚନ୍ଦନପୁରରେ ପତି ଓ ପତ୍ନୀ ଦୁହେଁ ବସବାସ କରୁଥିଲେ । ପତ୍ନୀ ର ନାମ ଥିଲା କବିତା ଦେବୀ ଅତୀବ ମନୋଜ୍ଞ ତାଙ୍କର ଚନ୍ଦ୍ର ମୁଖୀ ବଦନ। ଦେଖିବାକୁ ସେ ଥିଲେ ସାକ୍ଷାତ୍ ଲକ୍ଷ୍ମୀ। ସୁଶୀଳ ଓ ସରଳ ସ୍ଵଭାବ ଏବଂ ସର୍ବ ଗୁଣ ସମ୍ପନ୍ନ ଗୃହିଣୀ ଥିଲେ। ତାଙ୍କର ପତି ରବି ଶଙ୍କର କୁମାର ମଧ୍ୟ ବହୁତ ସୁଶୀଳ ସ୍ୱଭାବର ବ୍ୟକ୍ତି ଥିଲେ । ସେ ଏକ ଭଳ ଉଦ୍ୟମୀ ଚାଷୀ । ଧାନ ଚାଷ ଥିଲା ତାଙ୍କ ମୁଖ୍ୟ କର୍ମ । କିନ୍ତୁ ସେ ଟିକିଏ କର୍ମ ରେ ଆଳସ୍ୟ ହେଉଥିଲେ।
ଥରେ ଅଭାବ ଅନାଟନ ରେ ପଡିଥାନ୍ତି ।ସେ ବର୍ଷ ଜଳ ଅଭାବ ରୁ ଚାଷ ବାସ ଭଳ ହୋଇ ନ ଥିଲା।
ଯାହା ଚାଷ କରିଥିଲେ କୁଆ ପଥର ରେ ସବୁ ଧନ ନଷ୍ଟ ହେଇ ଯାଇ ଥିଲା। ଅନ୍ୟ ଏକ ବ୍ୟବସାୟ କରିବା ପାଇଁ ସେ ମନ ବୋଲାଇଲେ । ପଇସାର ଅଭାବ ଦେଖା ଦେଇ ଥିଲା । ତାର ପତ୍ନୀ କୁ କହିଲା କବିତା ୫0,000 ଟଙ୍କା ଦରକାର ଅଛି କ’ଣ କରିବା ? । ପତ୍ନୀ କହିଲା,ଠିକ୍ ଅଛି ମୁଁ ଆଣିଦେବି କିନ୍ତୁ କେବେ ଋଣ ଟା ସୁଝିବା ? । ମିଆଦ ଦେଳେ ୨ ମାସର ମାତ୍ର। ପଡୋଶୀ ଘରୁ ଆସୁଛି କହିଲେ । କିଛି ସମୟ ପରେ ୫0,000 ନିଜ ପ୍ରାଣ ପତି ହାତକୁ ସ୍ନେହରେ ବଢେଇ ଦେଲେ। ପତି ନିଜ ଉଦ୍ୟମ ଓ ପରିଶ୍ରମ ବଳରେ ଆପଣା ବ୍ୟବସାୟ ଚଳାଇଲେ। ପତ୍ନୀ ପଚାରୁ ଥାନ୍ତି ବ୍ୟବସାୟ ବାବଦ କୁ ନେଇ ମଝି ମଝିରେ ପଚାରୁ ଥାନ୍ତି। ନିଜ ପତି କୁ ବୁଦ୍ଧି ଜ୍ଞାନ ଦେଇ ସଦାବେଳେ ଉତ୍ସାହ ଓ ପ୍ରେରଣା ଦେଉ ଥାନ୍ତି। ପଚାରୁ ଥାନ୍ତି ଆୟ କିପରି ଚାଲିଛି ।
ରବି ନିଜ ପତ୍ନୀ କୁ ଦିନେ ୫0,000 ଟଙ୍କା ଯେବେ ଫେରାଉ ଥିଲେ । ପତ୍ନୀ କହିଲେ ମତେ ଗାଳି କରିବନି ତ ପ୍ରିୟେ ! ତୁମେ ମତେ ଯେଉଁ ଟଙ୍କା ଘର କରଣା ପାଇଁ , କିରାନା ଓ ବଜାର ପାଇଁ ପଇସା ଦେଉଥିଲ ; ମୁଁ ସେଥିରୁ ବଞ୍ଚାଇ ପଇସା ୫0,000 ଟଙ୍କା ରଖିଥିଲି , ତାହା ମୁଁ ତୁମକୁ ଦେଇଥିଲି । ଏହା ମୁଁ ଋଣ ଆଣି ନ ଥିଲି ।
ତାଙ୍କ ପତି ପ୍ରଥମେ ରାଗି ଗଲେ । ପୁଣି ଯେତେ ବେଳେ ବୁଝିଲେ ଅସଲ କଥା ଖୁସି ହୋଇ ପତ୍ନୀ କୁ ଆଲିଙ୍ଗନ କରି କହିଲେ- ତୁମେ ମୋର ପ୍ରକୃତ ଅର୍ଦ୍ଧାଙ୍ଗିନୀ ଅଟ। ନାରୀ ନାରାୟଣୀ ସୁଲକ୍ଷଣୀ ଗୁଣ ରେ ସାକ୍ଷାତ ଦେବୀ ଲକ୍ଷ୍ମୀ । ତୁମେ ମୋର ପ୍ରକୃତ ସାଙ୍ଗ ଜୀବନ ସାଥି , କିନ୍ତୁ ଗୋଟିଏ କଥା ବୁଝିପାରିଲି ନାହିଁ। ତୁମେ ମୋତେ ଧାର କରିବି ବୋଲି କାହିଁକି କହି ଥିଲ।
ମୁଁ ଜାଣିଥିଲି ଯେ , ଧାର କରି ଆଣିଛି ବୋଲି କହିଲେ । ତୁମ ଦୃଢ଼ ମନୋବଳ ଓ ଆତ୍ମବଳ ଖଟାଇ ସୁଝିବାରେ ନିଜ ବ୍ୟବସାୟ ରେ ଚେଷ୍ଟା , ଉଦ୍ୟମ ଓ ଅଧ୍ୟବସାୟ କରି ଦିନରାତି ପରିଶ୍ରମ କରିବ , ତୁମକୁ ଉତ୍ସାହ ଏବଂ ପ୍ରେରଣା ଦେବାପାଇଁ କହିଲି। ଯେପରି ଉନ୍ନତି କରିବା ପାଇଁ ନିଜର ଦୃଢ ବିଶ୍ୱାସ ରଖି ପାରିବ। କୌଣସି ଅସୁବିଧା ନ ହେବ ଆମେ ପ୍ରଭୁ କରୁଣା ରୁ ଉନ୍ନତି କରିବା ଏବଂ କର୍ମ କ୍ଷେତ୍ର ରେ କେବେ ଅଳସୁଆ ହେବ ନାହିଁ ।
ମୁଁ ଦେଇଛି କହିଥିଲେ – ତୁମେ କେବେ ହେଲେ ସେପରି ଭାବି ନ ଥାନ୍ତ । ସେହି ଟଙ୍କା ରୁ ବେଶି ଉନ୍ନତି ବୋଧ ହୁଏ କରି ନ ଥାନ୍ତେ । ଆତ୍ମବଳ ବଢ଼ାଇବା ସକାଶେ ମୁଁ ସେପରି କହିଲି ସେଥିପାଇଁ ମତେ କ୍ଷମା କରି ଦେବ। ତୁ ସତରେ କେତେ ବୁଦ୍ଧିମତୀ , ତତେ ପାଇ ମୋ ଜୀବନ ସାର୍ଥକ ହେଇଗଲା । ବ୍ୟବସାୟରେ ଉନ୍ନତି କରି ଦୁହେଁ ଖୁସିରେ ଜୀବନ ଯାପନ କଲେ । ସେ ଦିନୁ ବ୍ୟବସାୟ ର ପ୍ରତ୍ୟେକ ବିଷୟ ନିଜର ପ୍ରିୟା ପତ୍ନୀ କୁ ପଚାରି ନିଜ କର୍ମ ଓ ବିଚାର ଆଗକୁ ବଢାଉ ଥିଲେ। ସବୁ ଟଙ୍କା ନିଜ ପତ୍ନୀ ହାତରେ ଦେଉଥିଲେ। ସେମାନେ ଏବେ ବେଶ୍ ଆନନ୍ଦରେ ସେହି ୨୪ ୱାର୍ଡ ରେ ରହୁଛନ୍ତି।
ଗଙ୍ଗା କୂଳ ଚନ୍ଦନପୁ୍ରର ଏକ ସଫଳ କାହାଣୀ:ଶ୍ରୀବତ୍ସ ମେହେର ମାନେଶ୍ୱର,ସମ୍ବଲପୁର
