Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପ-ନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଝାରସୁଗୁଡା: ଝାରସୁଗୁଡା ଉପ-ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ମେ ୧୦ରେ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନରେ ବିରୋଧୀଙ୍କ ବିପକ୍ଷରେ ଲଢିବେ ତରୁଣ ପାଣ୍ଡେ। ଏ ନେଇ ଏଆଇସିସି ଘୋଷଣା କରିଛି।

ସେ ପୂର୍ବତନ ବିଧାୟକ ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ। ତରୁଣଙ୍କ ବାପା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ୧୯୮୦, ୧୯୮୫ ଓ ୧୯୯୫ରେ କଂଗ୍ରେସ ଟିକେଟ୍‌ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସୂଚନା ଯୋଗ୍ୟ, ଦୁଇ ଦଳ ଝାରସୁଗୁଡ଼ା ଉପନିର୍ବାଚନ ଲାଗି ନିଜ ନିଜ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏ ପର୍ଯ୍ୟନ୍ତ ବିଜେପି ତାର ପ୍ରାର୍ଥୀ ନାମ ଘୋଷଣା କରିନି। ତେବେ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ପାଇଁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ