Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ସୋନପୁର ସ୍ଥିତ ନୂତନ ଟାଉନହଲ୍‌ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଶ୍ରମ ଆୟୁକ୍ତ ଅଧିକାରୀ ଡିଲେଶ୍ବର ଖାଖାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ସଭାପତି ସୁପାର ଠେଲା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ଵିନୀ ମେହେର ଓ ଶ୍ରମିକ ନେତା ଗୋବିନ୍ଦ ମହାରଣା, ପ୍ରହଲ୍ଲାଦ ନାୟକ, ମଧୁସୂଦନ ଓତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିରେ ସୋନପୁର, ତରଭା, ଡୁଙ୍ଗୁରିପାଲି ବ୍ଲକ୍‌ ଏବଂ ଏନଏସି ଓ ମ୍ୟୁନିସିପାଲଟି ର ୩୫୬ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ରାଶି, ୯୪୮ ଜଣଙ୍କୁ ବିବାହ ସହାୟତା ରାଶି, ୭୫ ଜଣଙ୍କୁ ପ୍ରସୂତିକାଳୀନ ସହାୟତା ରାଶି, ୧୧୨ ଜଣଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ରାଶି,୧୫୩ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ଇତ୍ୟାଦି ବିଭିନ୍ନ ସହାୟତା ରାଶି ୭କୋଟି ୯୯ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ବିଭିନ୍ନ ପ୍ରାନ୍ତରୁ ହଜାର ସଂଖ୍ୟାରେ ଶ୍ରମିକ ଏଥିରେ ଯୋଗଦାନ୍ କରିଥିବା ବେଳେ ଏହି ସଭାକୁ ବାଙ୍କବିହାରୀ ମହଲା ସଂଯୋଜନା କରିଥିବା ବେଳେ ସହକାରୀ ଶ୍ରମ ଅଧିକାରୀ ସ୍ପିନୀତା ଦେବୀ ଧନ୍ୟବାଦ୍ ଅର୍ପଣ କରିଥିଲେ।