ବୀରମହାରାଜପୁର (ସୌମିତ୍ରି ମେହେର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ରେ ବୀରମହାରାଜପୁର ବ୍ଲକ ସ୍ତରୀୟ ମନରେଗା ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଜନଶୁଣାଣୀ ଆରମ୍ଭ କରିଥିଲେ l ବୀରମହାରାଜପୁର ବ୍ଲକ ର ୨୪ ଗୋଟି ପ୍ରକଳ୍ପ ର ବିଭିନ୍ନ ଦିଗ ଉପରେ ସାମାଜିକ ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିଥିବା ବେଳେ ଏହାର ଅଗ୍ରଗତି ଓ କାର୍ଯ୍ୟକାରିତା ଉପରେ ସମସ୍ତ ଗ୍ରାମ ପଞ୍ଚାୟତ ର ଗ୍ରାମପଞ୍ଚାୟତ ଅଧିକାରୀ , ଜେ. ଇ , ଜି ଆର ଏସ ବିବରଣୀ ପ୍ରଦାନ କରିଥିଲେ l ବୀରମହାରାଜପୁର ବି ଡି ଓ ରଘୁନାଥ ପାଣିଗ୍ରାହୀ , ସାମାଜିକ ସମୀକ୍ଷା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ କିଶୋର ହୋତା , ପ୍ରଭଞ୍ଜନ କର୍ମୀ , ଆସିଷ୍ଟାଣ୍ଟ ଏସ ସି ଏଫ ଅବିନାଶ ବରିହା ,, ହିଲୁଙ୍ଗ ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ , ସହକାରୀ ଯନ୍ତ୍ରି ସନ୍ତୋଷ ପାଲୋ ପ୍ରମୁଖ ମଞ୍ଚାସିନ ଥିଲେ l ସାମାଜିକ ସମୀକ୍ଷା ବ୍ଲକ ଅଧିକାରୀ ଚୈତନ୍ୟ ମଲ୍ଲିକ ବିବରଣୀ ପାଠ କରିଥିବାବେଳେ ମନରେଗା ବୀରମହାରାଜପୁର ବ୍ଲକ ଅଧିକାରୀ ସୁମିତ ମହାକୁର ସଭା ପରିଚଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଉଦ୍ୟାନ ବିଭାଗ , ବନବିଭାଗ ସମେତ ସମସ୍ତ ଜି ଆର ଏସ , ଜେଇ ପିଇଓ, ଭିଆରପି , ଏମ. ବି.କେ, ସି ଆର ପି ଶ୍ରମିକ ଯୋଗଦାନ କରିଥିଲେ l ଚମ୍ପାମାଲ ଗ୍ରାମର ବାଞ୍ଛାନିଧି ସେଠି ଙ୍କୁ ୧00ଦିନର କାମ ପାଇଁ ମାନପତ୍ର ଓ ଉପଢୌକନ ଦେଇ ସମର୍ଦ୍ଧନା ଦିଆ ଯାଇଥିଲା l
ବୀରମହାରାଜପୁର ବ୍ଲକ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର
