Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୂର୍ବତନ କାଉନସିଲର ଙ୍କ ଦେହାନ୍ତ ଵିଭିନ୍ନ ମହଲରେ ଶୋକ

ବେଲଗୁଣ୍ଠା, 23/02, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନଅ ନମ୍ବର୍ ୱାର୍ଡ୍ ର ପୂର୍ବତନ କାଉନସିଲର୍ ରମାଦେବୀ ସିଅଙ୍କ ଗତ ରାତ୍ର 12 ଘଣ୍ଟା 30 ମିନଟ୍ ସମୟରେ ଦେହାନ୍ତ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ବୟସ ହୋଇଥିଲା I ସେ 2014 ରୁ 2019 ମସିହା ପର୍ଯ୍ୟନ୍ତ କଂଗ୍ରେସ୍ ଟିକେଟରେ ଲଢ଼ି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ନଅ ନମ୍ବର୍ ୱାର୍ଡ୍ ର କାଉନସିଲର୍ ଭାବେ ନିର୍ବାଚିତ ହୋଇ ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଥିଲେ I ତାଙ୍କ ମୃତ୍ୟୁ ବେଳକୁ ସ୍ୱାମୀ ରାମଚନ୍ଦ୍ର ସିଅ,ପୁଅ ସତ୍ୟନାରାୟଣ ସିଅ,ମିଥୁନ୍ ସିଅ, ଝିଅ ଜାନକୀ,ଜ୍ୱାଇଁ ଏବଂ ପରିବାର ବନ୍ଧୁବର୍ଗ ଉପସ୍ଥିତ ଥିଲେ I ଆଜି ସକାଳେ ବେଲଗୁଣ୍ଠା ଗ୍ରାମ ଶ୍ମଶାନରେ ରମାଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ସାନପୁଅ ମିଥୁନ୍ ମୁଖାଗ୍ନି ଦେଇଥିଲେ I ତାଙ୍କ ମୃତ୍ୟୁ ଖବର ଆଜି ପ୍ରଚାର ହେବାପରେ ବେଲଗୁଣ୍ଠାରେ ଶୋକର ଛାୟା ଖେଳିଯିବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ I