Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେବେ ଦୂର ହେବ ହସ୍ତଶିଳ୍ପୀ ଙ୍କ ଦୁଃଖ, ବିନା ତାଲିମରେ କଥା କହୁଛି ଭଳିକି ଭଳି ମୂର୍ତ୍ତି

କଳାହାଣ୍ଡି, ୨୯/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧପାରି ପଞ୍ଚାୟତ ଅଧୀନରେ ରହିଛି କାନକେରି ଗ୍ରାମ । ଏହି ଗ୍ରାମରେ ବସବାସ କରନ୍ତି ୩୭ ଘର ପରିବାର। ହେଲେ ଏଥିରୁ ଦୀର୍ଘ ୩୦ ବର୍ଷ ଧରି ହସ୍ତଶୀଳ୍ପ କାରିଗର ଭାବେ କାର୍ଯ୍ୟକରି ଆସୁଛନ୍ତି ୩୦ ଘର ପରିବାର । ନିଜ ହସ୍ତରେ ବିଭିନ୍ନ ପ୍ରକାରର ଭଳିକି ଭଳି ମୂର୍ତ୍ତି ତିଆରି କରିଥାଆନ୍ତି। ବିନା ତାଲିମ ତାଲିମ ପ୍ରାପ୍ତରେ ଏତେ ସୁନ୍ଦର ମାତ୍ରାରେ ତିଆରି କରିଥାଆନ୍ତି ଯାହା ନ’ଦେଖିଲେ ବିଶ୍ୱାସ ହେବନାହିଁ।
ହସ୍ତଶିଳ୍ପୀ କାରିଗର.
ହେଲା ସେମାନେ କହିବା ଅନୁଯାୟୀ. କଷ୍ଟ କରି ତିଆରି କରନ୍ତି ସତ. କିନ୍ତୁ ତାହା କିପରି ବିକ୍ରି କରାଯିବ, କେମିତି ଦୁଇ ପଇସା ମିଳିବ, ତା’ହେଲେ ନିଜ ନିଜର ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତା ତାଙ୍କୁ ମୁଣ୍ଡ ବ୍ୟଥା କରିଥାଏ। ହଁ ଆଜ୍ଞା ଏହିପରି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରି ଜୀବିକା ନିର୍ବାହ କରି ନିଜ ପରିବାର ଭରଣ ପୋଷଣ କରିବା ଆଶା ବାନ୍ଧିହୋଇ ଥିବାବେଳେ ଏମାନଙ୍କ ପାଖରେ ବିକ୍ରୟ କରିବା ପାଇଁ କୌଣସି ସୁବ୍ୟବସ୍ଥା ନାହିଁ ଏବଂ ଏହିପରି ବିଭିନ୍ନ କାରିଗର ମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଥିବା ଯୋଜନା ଗୁଡ଼ିକରେ ମଧ୍ୟ ସାମିଲ ହୋଇ ପାରୁନାହାନ୍ତି। ଯାହା ଫଳରେ କାନକେରି ଗ୍ରାମର ହସ୍ତଶିଳ୍ପୀ କାରିଗର ମାନେ ଯାହା ସବୁ ତିଆରି କରିଥିବା ମୂର୍ତ୍ତି ଗୁଡ଼ିକୁ ଦିନ ଦିନ ଧରି ଗାଁ ଗାଁ ବୁଲି ବିକ୍ରୟ କରିଥାନ୍ତି ଓ ସେଠୁ ଯାହା ରୋଜଗାର ମିଳେ ସେଥିରେ ନିଜ ପରିବାର ଚଳି ଥାଆନ୍ତି ଏହି ଗାଁରେ ଗାଁରେ ଏପର୍ଯ୍ୟନ୍ତ ବିଜୁଳି ଆଲୁଅର ଛିଟା ମଧ୍ୟ ପହଞ୍ଚି ପାରିନାହିଁ। ଯାହାଫଳରେ ଉକ୍ତ ହସ୍ତ ତିଆରି ମୂର୍ତ୍ତି ଗୁଡିକକୁ ଫିନିସିଂ କରିପାରୁନାହାନ୍ତି କାରିଗର ମାନେ।
ତେବେ ଗାଁକୁ ଯଦି ବିଜୁଳି ଓ ସରକାରଙ୍କ ପକ୍ଷରୁ କିଛି ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯାଏ ତାହାହେଲେ ଆହୁରି ଉନ୍ନତ ମାନର ମୂର୍ତ୍ତିମାନ ତିଆରି କରି ଓଡ଼ିଶାର ଗର୍ବ ଆଣିବା ସହିତ ନିଜ ପରିବାର ଭରଣ ପୋଷଣରେ ମଧ୍ୟ ସହାୟକ ହେବ ବୋଲି ଆଶାକରିଥିବା ବେଲେ କାନକେରି ଗାଁକୁ କେବେ ବିଦ୍ୟୁତ ଆଲୁଅର ଛିଟା ପହଁଚୁଛି ଓ ସରକାରଙ୍କ ପକ୍ଷରୁ ହସ୍ତଶିଳ୍ପୀ କାରିଗର ମାନଙ୍କ ପାଇଁ କେତେ ସୁବିଧା ମିଳୁଛି ଅପେକ୍ଷାରେ ଗ୍ରାମବାସୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ