ସlହlଜଲଥା ମା ମାଉଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ସlହlଜଲଥା ଗ୍ରାମ ମା ମାଉଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ l ଉଦଘାଟନୀ ଉତ୍ସବରେ ସ୍ଥାନିୟ ସରପଞ୍ଚ ପ୍ରତିନିଧି ଆସିଶ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ I ଘିଚlପାଲି ଓ ବଡବର୍ଡlକଟା ମଧ୍ୟରେ ଉଦଘାଟନୀ ଖେଳ ହୋଇଥିବା ବେଳେ ପ୍ରଥମେ ବେଟିଂ କରି ବଡ଼ବର୍ଡlକଟl ଦଳ ନିର୍ଦ୍ଧାରିତ 8 ଓଭରରେ 7 ଉଇକେଟ ହରାଇ 71 ରନ୍ କରିଥିଲା l ଜବାବରେ ଘିଚlପାଲି 7 ଓଭର ରେ 4 ଉଇକେଟ ହରାଇ 72 ରନ୍ କରି ବିଜୟୀ ହୋଇଥିଲା I ଦ୍ଵିତୀୟ ମ୍ୟାଚ ଅମରପାଲି ଓ ନୂଆଗଡ ମଧ୍ୟରେ ହୋଇଥିବା ବେଳେ ଅମରପାଲି ଦଳ ବିଜୟୀ ହୋଇଥିଲା l ତୃତୀୟ ମ୍ୟାଚ ଘିଚlପାଲି ଓ ଅମରପାଲି ମଧ୍ୟରେ ଅନୁଷ୍ଠିତ ହୋଇ ଅମରପାଲି ବିଜୟୀ ହେବା ପରେ ପ୍ରଥମ ସେମିଫାଇନାଲ୍ ରେ ପ୍ରବେଶ କରିଥିଲା I ରିଙ୍କୁ ପ୍ରଧାନ ଓ ଗଣେଶ ଘିବିଲା ଖେଳରେ ଅମ୍ପାୟାର ରହିଥିଲେ l ଗୁରୁବାର ଖେଳରେ ସ୍ଥାନିୟ ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଆଜିର ଖେଳରେ ସlହlଜଲଥା କୁ ହରାଇ କମିରା ଦଳ ଦ୍ଵିତୀୟ ଦଳ ଭାବେ ସେମି ଫାଇନାଲ ରେ ପ୍ରବେଶ କରିଛି l