Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୮ଘଣ୍ଟା  ଯାତାୟାତ ଠପ, ଯାତ୍ରୀ ହନ୍ତସନ୍।ଜିଲ୍ଲାପାଳ ଙ୍କ ସହ ପ୍ରତିନିଧି ଦଳ ର ଆଲୋଚନା ପରେ ରାସ୍ତା ରୋକ ପ୍ରତ୍ୟାହୃତ..

ଲକ୍ଷ୍ମୀପୁର ୦୪/୦୩ …. ଜୋର ଧରିଲା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କୁ ସବଡ଼ିଭିଜନ ଦାବୀ, ଗତ ୨୮ ତାରିଖ ଦିନ ୪ଗୋଟି ବ୍ଳକ କୁ ନେଇଁ ଗଠନ ହୋଇଥିବା ବିକାଶ ପରିଷଦ  ଲକ୍ଷ୍ମୀପୁର ବ୍ଳକ କୁ ସବଡ଼ିଭିଜନ ଦାବିକରି ସୋମବାର ବନ୍ଦ ଡାକରା ଦିଆଯାଇଥିଲା। ଡାକରା ଅନୁଯାୟୀ ସୋମବାର ଦିନ କୋରାପୁଟ ଠାରୁ ରାୟଗଡା କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬  ର ଲକ୍ଷ୍ମୀପୁର ଆମ୍ବେଦକର ଛକ ରେ ରାସ୍ତା ରୋକ କରାଯାଇଥିଲା। ରାସ୍ତା ରୋକ ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହୋଇଥିଲେ। ସୋମବାର ଥିଲା ମାଟ୍ରିକ ପରୀକ୍ଷା ର ଶେଷ ଦିନ, ତେଣୁ ଛାତ୍ରଛାତ୍ରୀ, ଶିକ୍ଷକ, ପରୀକ୍ଷା ରେ ନିୟୋଜିତ ଗାଡି, ଆମ୍ବୁଲାନ୍ସ ଓ ରୋଗୀ ଯାଉଥିବା ଗାଡି କୁ ବାଦ ଦେଲେ ଆନ୍ଦୋଳନକରି ଆଉ କାହାକୁ ବି ଛାଡ଼ିନଥିଲେ, ଗୋଟିଏ ବାହା ଘର କୁ ଯାଉଥିବା ଗାଡି ମଧ୍ୟ ଅଟକି ରହିଥିଲା। ଗଳା ବାଟ ଦେଇ କିଛି ଗାଡି ଯିବାକୁ ଚେଷ୍ଟା କରି ଫସି ରହିଥିଲେ। ସକାଳ ୬ ଟା ଠାରୁ ଉଭୟ ନାରାୟଣପାଟଣା ଓ ରାୟଗଡା କୋରାପୁଟ ରାସ୍ତା କୁ ଆନ୍ଦୋଳନ କାରି ଅବରୋଧ କରିଥିଲେ। ଦିନ ପ୍ରାୟ ୧୧ଟା ସମୟରେ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ବିଡ଼ିଓ ଗୁରେଶ୍ୱର ଭୋଇ, ତହସିଲଦାର ନୈବେଦ୍ୟ କୁମାର ଭୋଇ, ଏସ ଡିପିଓ ବିରଞ୍ଚି ନାରାୟଣ ଜଗତ ପ୍ରମୁଖ ରାସ୍ତା ରୋକ ସ୍ଥାନ ରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା କୌଣସି ଫଳ ପ୍ରଦ ହୋଇନଥିଲା,୬ ବର୍ଷ ତଳେ ଏମିତି ହିଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ, କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହୋଇନପାରି ଫାଇଲ ନାଲି ଫିତା ତଳେ ରହିଗଲା ତେଣୁ ଜିଲ୍ଲାପାଳ ନିଜେ ଏଠାରେ ପହଞ୍ଚି ନିର୍ଭୟ ପ୍ରତିଶୃତି ପ୍ରଦାନ କଲେ ରାସ୍ତା ରୋକ ରୁ ହଟିବୁ ବୋଲି ଆନ୍ଦୋଳନ କାରି ଜିଦ ରେ ଅଟଳ ରହିଥିଲେ।ସମୟ ବଢିବା ସହ ରାସ୍ତା ରୋକ ରେ ଅନେକ ସାମିଲ ହୋଇଥିଲେ, ଦିନ ତମାମ ବଣିକ ସଙ୍ଘ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରଖିଥିଲେ। ଏହା କୌଣସି ଦଳ ଗତ ବନ୍ଦ ଡାକରା ନଥିଲେ ମଧ୍ୟ କଂଗ୍ରେସ ଓ ବିଜେପି ର କିଛି ସ୍ଥାନୀୟ ନେତା ଆସି ସହଯୋଗ କରିଥିଲେ, ଦାବୀ ଯଥାର୍ଥ ବୋଲି କହି ସରକାର ଦଳ ରେ ଥିଲେ ମଧ୍ୟ ଅଂଚଳ ଲୋକ ଙ୍କ ପ୍ରତି ପୂର୍ବତନ ବିଧାୟକ କୈଳାଶ କୁଲେସିକା ଓ ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡ଼ି ସଭାପତି ଝିନ ହିକକା ଉପସ୍ଥିତ ହୋଇ ସରକାରଙ୍କ ଦୃଷ୍ଟି କୁ ଆଣିବୁ ବୋଲି କହିଥିଲେ। ପୂର୍ବତନ ବିଧାୟକ କୃଷ୍ଣ ସଗରିଆ, ପବିତ୍ର ସାଉଁତା,ମଣ୍ଟି ଖରା, ରାଜେନ୍ଦ୍ର ହୁଇକା, ରୂପକ ତୁରୁକ,ପଞ୍ଚାନନ ଟାକ୍ରୀ, ଭୁରିମାଲ ଖରା, ନିମାଇଁ ସରକାର, ଗୀତାଞ୍ଜଳି ପୀଡ଼ିକା,ଅଗସ୍ତି ହଲୱା ଙ୍କ ସହ ଗ୍ରାମବାସୀ  ଉପସ୍ଥିତ ହୋଇ ଆନ୍ଦୋଳନ ରେ ସାମିଲ ହୋଇଥିଲେ।କିଛି ସମୟ ପରେ ଜିଲ୍ଲାପାଳ ଲକ୍ଷ୍ମୀପୁର ବିଡ଼ିଓ ଙ୍କୁ ଏକ ପ୍ରତିନିଧି ଦଳ ଧରିକି ଆସିବାକୁ ନିର୍ଦେଶ ଦେଇଥିଲେ, ପରେ ବିଡ଼ିଓ ତହସିଲଦାର ଙ୍କ ସହ ଆନ୍ଦୋଳନ କାରୀଙ୍କ ମଧ୍ୟ ରୁ ଏକ ୫ଜଣିଆ ପ୍ରତିନିଧି ଦଳ  କୋରାପୁଟ ରେ ପହଂଚି ଜିଲ୍ଲାପାଳ ଙ୍କ ସହ ଆଲୋଚନ କରିଥିଲେ। ଆଲୋଚନା  ସମୟରେ  ଲକ୍ଷ୍ମୀପୁର ତହସିଲ ରେ ଜମି ରେଜିଷ୍ଟ୍ରସନ  ସହ ସବରେଜିଷ୍ଟ୍ର ଅଫିସ ଖୋଲାଯିବା, ଡାକ୍ତରଖାନା ରେ ରୋଗୀ ଙ୍କ ବେଡ଼ ସଂଖ୍ୟା ବଢ଼ାଇବା, ଅଲଟ୍ରାସାଉଣ୍ଡ ମେସିନ ସକାଶେ ସ୍ୱତନ୍ତ୍ର ଡାକ୍ତର ନିଯୁକ୍ତି ଦେବା ଓ ସବଡ଼ିଭିଜନ ସକାଶେ ତ୍ୱରିତ ପଦକ୍ଷେପ ପାଇଁ ସରକାରଙ୍କ ଗୋଚର କୁ ଅଣାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ କରାଯାଇଥିଲା । ଆଲୋଚନା ସମୟରେ  କୋରାପୁଟ ଜିଲ୍ଲାପାଳ ଙ୍କ ସହ ଉପଜିଲ୍ଲାପାଳ ବେଣୁଧର ଶବର,ଏସପି ଅଭିନଵ ସୋନକର ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ ତହସିଲଦାର ନୈବେଦ୍ୟ କୁମାର ଭୋଇ , ଓ ଆନ୍ଦୋଳନ କାରୀଙ୍କ ମଧ୍ୟ ରେ ଅମରେଶ ଶତପଥି, ମନୋଜ କୁମାର ସାହୁ, ଉମାଶଙ୍କର କର୍କରା, ସଞ୍ଜୟ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟି କୋଣରୁ ଆଇଆଇସି ସୁଜ୍ଞାନୀ ସାହୁ, ଏ ଏ ସ ଆଇ ମାନସ ପ୍ରଧାନ ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ।