Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଧନୁଯାତ୍ରା:ମା ସମଲେଶ୍ବରୀଙ୍କ ପାଖରୁ ଆସିଲା ଆଜ୍ଞାମାଳ,ବାହାରିଲା ଶୋଭାଯାତ୍ରା,ସନ୍ଧ୍ୟାରେ ଗର୍ଜିବ ମଥୁରାନଗର,ଗୋପପୁରରେ ଚାଲିବ ବିଧି ପରମ୍ପରା

ସମ୍ବଲପୁର: ସମ୍ବଲପୁରରେ ପ୍ରଥମ ଥର ପାଇଁ ହେଉଥିବା ସମ୍ବଲପୁରୀ ଧନୁଯାତ୍ରାର ଆଜି ଶୁଭାରମ୍ଭ ହୋଇଛି।ସକାଳ ସାଢ଼େ ୯ଟାରେ ମା ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚନା କରାଯାଇ ଆଜ୍ଞାମାଳ ପହଞ୍ଚିବା ପରେ ବହୁ ଅପେକ୍ଷିତ ଧନୁଯାତ୍ରାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଦୁଲଦୁଲି ବାଦ୍ୟ ଓ ସଂକିର୍ତ୍ତନର ତାଳେତାଳେ ବାଲିବନ୍ଧାରୁ କୁଞ୍ଜେଲପଡା, ସାନ ସଡକ,ବଡସଡକ, ନନ୍ଦପଡା, ଝାଡୁଆପଡା,ମ୍ୟୁନିସିପାଲଟି ଛକ ଦେଇ ଶୋଭାଯାତ୍ରା ଗଙ୍ଗାଧର ମଣ୍ଡପରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ଧନୁଯାତ୍ରା କମିଟିର ସଭାପତି ସଞ୍ଜୟ ବାବୁ,ସଂପାଦକ ଗୁଣରଞ୍ଜନ ସାଲିମା,ରେଢାଖୋଲ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଇଂ.ରୋହୀତ ପୂଝାରୀ,ଫଣିନ୍ଦ୍ର ପଣ୍ଡା,ସୌରିନାରାୟଣ ପାଣିଗ୍ରାହୀ, ନିଶିକାନ୍ତ ବିଶ୍ୱାଲ,ଘୁନୁ ଚରଣ ପାଢୀ,ଅରୁଣ କୁମାର ସାହୁ,ଲଲିତ ମୋହନ ବେବର୍ତ୍ତା,କୃଷ୍ଣଚନ୍ଦ୍ର ବାଗ୍, ସୁରେଖା ସାହୁ,ଶ୍ୱେତା ପଣ୍ଡା,ଅର୍ଣ୍ଣପୂର୍ଣ୍ଣା ମିଶ୍ର,ରେଖା ଗୁପ୍ତା,ପ୍ରିୟଙ୍କା,ଯୋଗେଶ ନନ୍ଦ, ଡା.ରାଜାରାମ ଷଡଙ୍ଗୀ,ରାହୁଲ ଗୁପ୍ତା, ରାମଦାଶ ପଣ୍ଡା,ବବୁଲୁ ବାଗ୍,ପ୍ରଶାନ୍ତ ମହାରଣା,ପୂର୍ଣ୍ଣଚନ୍ଦ୍ର ଗର୍ଡିଆ,ଜୟକୃଷ୍ଣ ବେହେରା,ଚୈତନ୍ୟ ନାୟକ,ସବ୍ୟସାଚି ମିଶ୍ର,ସ୍ୱାଧିନ ପଣ୍ଡା,ଦୁଷ୍ମନ୍ତ ପଣ୍ଡା,ସତ୍ୟନାରାୟଣ ଠାକୁର,ରାଜେଶ ବେହେରା,ସଞ୍ଜିବ ଦେହୁରୀ,ବରୁଣ ସାହୁ,ପ୍ରମୋଦ ମଗର,ପ୍ରଦୀପ ପ୍ରଧାନ,ଓମ ସାଇରାମ ପଣ୍ଡା ପ୍ରମୁଖ କର୍ମକର୍ତ୍ତା ଓ କଳାକାର ମାନଙ୍କ ସହିତ ସହର ବହୁ ବୁଦ୍ଧିଜୀବୀ,ସାମ୍ବାଦିକ ଓ କଳାକାର ମାନେ ଏଥିରେ ସାମିଲ ହୋଇଥିଲେ।
ଆଜି ସନ୍ଧ୍ୟାରେ ଗଙ୍ଗାଧର ମଣ୍ଡପର ମଥୁରା ନଗର ଠାରେ ସନ୍ଧ୍ୟା ୬ଟାରେ ରାଜ ଅତିଥି ସଭା,୭ଟାରେ ରଙ୍ଗସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଗ୍ରସେନଙ୍କ ଗାଦିଚ୍ୟୁତ ଓ କଂସ ମହାରାଜଙ୍କ ରାଜ ଅଭିଷେକ ନାଟ୍ୟ ରୂପାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।