Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶ୍ରଣ ପର୍ବରେ ସାମିଲ ହେଉଛନ୍ତି ବିଜେଡି-ବିଜେପି ,ଗଠବନ୍ଧନକୁ ଘୋଷଣା ବାକି !

ଭୁବନେଶ୍ୱର(ରାଜାରାମ ଷଡଙ୍ଗୀ ): ଚର୍ଚା ଯାହା ହେଉଥିଲା ଶେଷରେ ତାହା ଘଟିବାକୁ ଯାଉଛି।ବିଜେଡି ବିଜେପି ମଧ୍ୟରେ ଗଠବନ୍ଧନର ଯେଉଁ ଚର୍ଚା ହେଉଥିଲା ଅତିଶିଘ୍ର ତାର ଅବସାନ ଘଟୁଛି। ଉଭୟ ଦଳର ଶୀର୍ଷ ନେତୃ ସ୍ତରରେ ଏହାର ନିଷ୍କର୍ଷ ବାହାରିଛି। ଏହାର ଘୋଷଣାବି ଅତିଶିଘ୍ର ହେବ ଏନେଇ ୨ ଦଳ ମିଳିତ ହୋଇ ଘୋଷଣା କରିବେ।କିନ୍ତୁ ଏହି ଗଠ ବନ୍ଧନକୁ ନେଇ ଚକିତ ହେବାର ମଧ୍ୟ କିଛି ନାହିଁ । ଲୋକସଭାକୁ ସବୁ ଅଙ୍କ ଛିଡିଥିବା ବେଳେ ବିଧାନସଭା ଆସନକୁ ନେଇ ମେଣ୍ଟ ହେବକି ନାଁ,ଯଦି ହେବ କାହାର କେତେ ସଂଖ୍ୟା ହେବ ଏହାକୁ ନେଇ ତର୍ଜମା ଚାଲିଥିଲେବି ଏହାର କୌଣସି ସ୍ଥିରତା ରହୁନି। ତେଣୁ ବିଧାନସଭା ଭିନ୍ନ ଭିନ୍ନ ଭାବେ ଲଢି ନିରଚବସଚନ ପରେ ଯାହା ନିଷ୍ପତ୍ତି ବୋଲି ମଧ୍ୟ ଚର୍ଚା ରହିଛି। ତେବେ ଆପୋଷ ଓ ସକରାତ୍ମକ ବୁଝାମଣା ନେଇ ଉଭୟ ଦଳ ନିର୍ବାଚନ ମୈଦାନକୁ ଓଲ୍ଲେଇବା ନେଇ ଶେଷ ପର୍ୟ୍ୟାୟ ଆଲୋଚନା ଚାଲିଛି । ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ଆଉ ମେଣ୍ଟ ପ୍ରସଙ୍ଗ ନେଇ ରାଜନୀତି ମାହୋଲରେ ଚହଳ ସଷ୍ଟି କରିଥିଲା। ଓଡିଶାରେ ଦୁଇ ପ୍ରମୁଖ ଦଳ ଯାହାକୁ ନେଇ ୨ ଦଳଧ୍ୟରେ ସରକାର ଗଢିବା ନେଇ ଯେଉଁ କସରତ ଚାଲିଥିଲା ତାହା ବଳବତ୍ତର ରହିବ ନାଁ ୨ ଦଳ ବିଧାନସଭାବି ଲଢିବେ କେବଳ ଏତିକିରେ ଅଟକିଛି ମହାମେଣ୍ଟର ଘୋଷଣା।ଦୁଇ ଶକ୍ତିଶାଳୀ ଦଳ ବିଜେଡି ବିଜେପି ଉଭୟ ଦଳ ଏକ ହେବା ନେଇ ଏବେ ରାଜନୀତି ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ ହୋଇପାରେ ମହାମେଣ୍ଟ।ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛି ବିଜେଡି । ଦଳର ବରିଷ୍ଠ ତଥା ପୁରୁଖା ନେତାଙ୍କ ଉପସ୍ଥିତିରେ ଏହି ବୈଠକ ଜାରି ରହିଛି । ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଭାରତୀୟ ଜନତା ପାର୍ଟିର ବୈଠକ ଆରେମ୍ଭ ହୋଇଯାଇଛି ଯେଉଁଥିଲେ ଓଡିଶା ବିଜେପିବି ସାମିଲ ହୋଇଛି। ନିର୍ବାଚନ ପୂର୍ବରୁ ଅଚାନକ ଉଭୟ ଦଳ ଏଭଳି ଚେତିବା ଏବଂ ଏକାସାଙ୍ଗରେ ଉଭୟ ଦଳର ବୈଠକ ମହାମେଣ୍ଟକୁ ଇସାରା କରୁଛି ବୋଲି କୁହାଯାଉଛି । ପ୍ରତି ଥର ବିରୋଧୀ ଭାବେ ଲଢୁଥିବା ବିଜେପି ଏବଂ ବିଜେଡି ଏଥର ଲୋକସଭା ନିର୍ବାଚନରେ ଏକ ହୋଇ ଆସିବେ କି ବିଧାନସଭାରେ ବି ମିଳିମିଶି ଲଢିବେ ତାହାହିଁ ବର୍ତ୍ତମାନ ଏକ ଚର୍ଚାର ବିଷୟ ହୋଇଛି। ତେବେ ଏହାକୁ ନେଇ କେବଳ ବିଜେପି ଓ ବିଜେଡିର ତୃଣମୂଳ ସ୍ତରରେ କେବଳ ଭାଲେଣି ପଡିନି ବରଂ ଏହି ମହାମେଣ୍ଟର ସୁରାକ ସାମ୍ନାକୁ ଆସିବା ପରେ ଅନ୍ୟ ରାଜନୈତିକ ଦଳ ଗୁଡିକରେ ମଧ୍ୟ ଭାଲେଣି ପଡି ନିଜର ରଣ କୌଶଳ ମଧ୍ୟ ବଦଳାଇ କିଭଳି ବିଜେପି ଓ ବିଜେଡି ମହାମେଣ୍ଟର ମୁକାବିଲା କରିବେ ସେ ନେଇ ତତ୍ପର ହେଲେଣି।