Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ

କଳାହାଣ୍ଡି, ୦୯/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଭବାନୀପାଟଣା ହସ୍ପିଟାଲ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ପ୍ରଥମେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ବିଜେଡି କର୍ମକର୍ତ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଏବଂ ଶିଶୁ ଓ୍ବାର୍ଡ ଠାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ବିଜୁ ବାବୁ ଅମର ରହେ ଧ୍ୱନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଏହାପରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଜୀବନୀ ଓ ଆଦର୍ଶକୁ ବିଜେଡି କର୍ମୀ ଓ ନେତାଗଣ ମନେପକାଇବା ସହ ତାଙ୍କୁ ଭାରତ ରତ୍ନ ସମ୍ମାନରେ ଭୂଷିତ କରିବା ଉଚିତ୍ ବୋଲି ଆଲୋଚନା କରିଥିଲେ। ଆଗାମୀ ଦିନରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀଙ୍କୁ ସମସ୍ତେ ଏକ ମନ, ଏକ ପ୍ରାଣ ହୋଇ ଜିତାଇବାକୁ ସଂକଳ୍ପ ନେଇଥିଲେ । ଜିଲ୍ଲା ବିଜେଡି ମହା ସଚିବ ଭବାନୀ ଶଙ୍କର ମିଶଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଅନାମ ନାଏକ, ବିଜେଡି ଉପ ସଭାପତି ଜିତେନ୍ଦ୍ର ମହାନ୍ତି, ଅଶେଶ୍ବର ବାଗ, ମ୍ୟୁନିସିପାଲଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ବରିଷ୍ଠ ବିଜେଡି ନେତା ଜାକୀର ହୁସେନ, ଟିକେଲାଲ ସାହୁ, ଧର୍ମେନ୍ଦ୍ର ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବିସିସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା, ଜିଲ୍ଲା ମହିଳା ପର୍ଯ୍ୟବେକ୍ଷିକା ଜୋସ୍ନା ପରିଡ଼ା, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏସସି ସେଲ ସଭାପତି ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, କାଦୀର ଖାନ, ହରଜିନ୍ଦର ସିଂ, ସାବନ ଅଲ୍ଲୀ ଖାଁ, ଉଦୟ ସୁନାନୀ, ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାଏକ, ଯୁବନେତା ସେନାପତି ନାଏକ, କ୍ଷୀରସିନ୍ଧୁ ନାଏକ, ଚକ୍ର ସେଠି, ଅମିତ ଯାଦବ ପ୍ରମୁଖ ଯୋଗଦେଇଥିଲେ । ସେହିପରି ନୂତନ ଭାବରେ ଦଳରେ ଯୋଗଦେଇଥିବା ଭବାନୀପାଟଣା ବ୍ଳକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ନବ ନିଯୁକ୍ତ ବିଜେଡି ସାଧାରଣ ସଂପାଦକ ଲବଣୀ ମହାନନ୍ଦ, କେସିଙ୍ଗା ବ୍ଲକ ସଭାପତି କୁମୁଦ ବଗର୍ତ୍ତି, ଭବାନୀପାଟଣା ଟାଉନ ସଭାପତି ଧବଳେଶ୍ଵର ମହାପାତ୍ର, ବ୍ଳକ ସଭାପତି ପ୍ରେମ ରଞ୍ଜନ ପାଣିଗ୍ରାହୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ବରୁ ସସପେଣ୍ଡ ହୋଇଥିବା ଦୁଇ ନେତା ଭବାନୀ ଶଙ୍କର ନିଆଲ ଏବଂ ଶିବା ସାହୁ ଦଳକୁ ପୁଣି ପ୍ରତ୍ୟାବର୍ତ୍ତନ କରିଥିବାରୁ ତାଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଥିଲା ।