କେନ୍ଦୁପାଲି ରେ ବିଶ୍ଵ ଶାନ୍ତି 56 ପ୍ରହର ନାମଯଞ୍ଜ ଆସନ୍ତା 13 ରୁ ଆୟୋଜିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ କେନ୍ଦୁପାଲି ଗ୍ରାମରେ ଆସନ୍ତା 13 ତାରିଖ ଠାରୁ ବିଶ୍ଵ ଶାନ୍ତି 56 ପ୍ରହର ନାମଯଜ୍ଞ ଆୟୋଜିତ ହେବ I ଏହି ଅବସରରେ ସପ୍ତାହ ବ୍ୟାପି ବିଶ୍ଵ ଶାନ୍ତି ମହାଯଜ୍ଞ , ପ୍ରବଚନ କାର୍ଯ୍ଯକ୍ରମ , ଭାଗବତ ସପ୍ତାହ ପାରାୟଣ , ଭଜନ ସମାରୋହ ଆଦି ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସଭାପତି ଶ୍ରୀ ତ୍ରିଲୋଚନ ମେହେର ( ମାନl) ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ପତି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ଯଜ୍ଞ କମିଟି ର ମୁଖ୍ୟ ପୁରୋହିତ ପଣ୍ଡିତ ରାମକୃଷ୍ଣ ପଣ୍ଡା , ସମ୍ପାଦକ ଶ୍ଯାମ ସୁନ୍ଦର ସେଠୀ , କୋଷାଧକ୍ଷ ନବକୃଷ୍ଣ ମେହେର , ସଂଯୋଜକ ଯୁଗଳ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ସାତ ଦିନ ଧରି ହେବାକୁଥିବା ନାମଯଜ୍ଞ ପ୍ରହର ମଣ୍ଡପ ଟି ପ୍ରାୟ 90 ଫୁଟ ଉଚ୍ଚତା ରହିଥିବା ବେଳେ 80 ଫୁଟ ଚଉଡ଼ା ରହିଛି I ପ୍ରହର ମଣ୍ଡପ ଚାରୋଟି ପ୍ରବେଶ ଦ୍ଵାର ମଧ୍ୟରୁ ମୁଖ୍ୟ ଦ୍ୱାରରେ ପୁରୀ ଜଗନ୍ନାଥ ମନ୍ଦିରର ଚିତ୍ର ଏବଂ ଅନ୍ୟଦ୍ବାର ମାନଙ୍କରେ ଯଥାକ୍ରମେ ଅଯୋଧ୍ୟା ର ଶ୍ରୀ ରାମ ମନ୍ଦିର , ଦ୍ଵାରିକାନାଥ , ନୃସିଂହନାଥ ମନ୍ଦିର ର ଚିତ୍ର ସ୍ଥାନ ପାଇବ I ଏଥି ସହିତ ନାମ ମଣ୍ଡପ ଉପରେ ଥିବା ମଣ୍ଡଳୀ ଓ ତୃତୀୟ ମଣ୍ଡଳୀ ସର୍ବଦା ଘୂର୍ଣ୍ଣୟମାନ ଅବସ୍ଥାରେ ରହିବ ବୋଲି ପ୍ରକାଶ l ନାମ ମଣ୍ଡଳୀ ନିର୍ମାଣ ପାଇଁ ପ୍ରାୟ 35 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ଏବଂ ସମସ୍ତ କାର୍ଯ୍ୟକ୍ରମ ପାଇଁ ଦୁଇ କୋଟି ଟଙ୍କା ରୁ ଊର୍ଦ୍ଧ୍ୱ ହେଉଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି l କାର୍ଯ୍ୟକ୍ରମ ର 11 ତାରିଖରେ ଅଙ୍କୁରାରୋପଣ , 12 ରେ ଗଙ୍ଗା ଜଳ କଳସ ଧରି ହଜାର ହଜାର ସଂଖ୍ୟାରେ ମହିଳାଙ୍କ ଗହଣରେ କଳସ ଶୋଭାଯାତ୍ରା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ରୁ , 13 ନାମ ଯଜ୍ଞ ଆରମ୍ଭ ଏବଂ 20 ତାରିଖରେ ଯଜ୍ଞ ର ପୂର୍ଣ୍ଣାହୁତି ହେବ ବୋଲି ପ୍ରକାଶ l ଅନ୍ୟ ଏକ ସୂଚନା ଯେ ଉକ୍ତ ଯଜ୍ଞ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଦର୍ଶକ ତଥା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସର୍ବଦା ଅନ୍ନ ପ୍ରସାଦ ର ବ୍ୟବସ୍ଥା (ହରିହାଟ) କରିବା କୁ ଥିବା ଜଣାଯାଇଛି I