Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହରିଣାପାଲି ସ୍କୁଲ ର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ କ୍ଲଷ୍ଟର ର ହରିଣାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶନିବାର ପରିଚାଳନା କମିଟି ସଭାପତି ଗରୁଡଧ୍ୱଜ ପୂଜାହାରୀ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ‌‌‌ଅତିଥି ଭାବେ ପୂର୍ବତନ ୱ।ର୍ଡ ସଦସ୍ୟ କୃଷ୍ଣଚନ୍ଦ୍ର ପଧାନ ଯୋଗଦେଇଥିଲେ । ପ୍ରଥମେ ଗଣେଶ ଓ ମା ବୀଣାପାଣି ଙ୍କ ନିକଟରେ ଧୂପଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରାଯାଇଥିଲା । ଅତିଥି ଓ ଶିକ୍ଷକ ଶିକ୍ଷ ୟିତ୍ରୀମାନେ ବିଦାୟୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନ ଉଜ୍ଜଳମୟ କାମନା କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ଏଥିରେ ପ୍ରଧାନଶିକ୍ଷକ ମକୁନ୍ଦ ଧରୁଆ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଜନ୍ମେଜୟ ବିଶି ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ବିଜ୍ଞାନ ଶିକ୍ଷକ ସତ୍ୟବ୍ରତ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।