Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀଙ୍କ ପରେ ସ୍ତ୍ରୀ ଲବଙ୍ଗଲତାଙ୍କ ଶରୀର ଦାନ

ସମ୍ବଲପୁର:ସାରା ଜୀବନ ଉତ୍ସର୍ଗିତ ସେବା କରି ଶେଷରେ ନିଜର ମୃତ୍ୟୁ ପରେବି ଶରୀର ଦାନ କରି ପୂଣ୍ୟାତ୍ମା ସାଉଁଟିବାରେ ପରିବାରର ଅଭାବ ନାହିଁ । ସ୍ୱାମୀଙ୍କ ପରେ ସ୍ତ୍ରୀ ମଧ୍ୟ ନିଜର ଶରୀର ଦାନ କରିଥିବା ନିଆରା ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସମାଜରେ।ସ୍ଥାନୀୟ ଗଙ୍ଗାଧର ମେହେର ମହାବିଦ୍ୟାଳୟ ରାସ୍ତା ନିବାସୀ ଲବଙ୍ଗଲତା ପତିଙ୍କ ଗତକାଲି ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁପରେ ସଂପୁର୍ଣ୍ଣ ଶରୀରକୁ ବୁର୍ଲା ଭିମସାର ଏନାଟୋମି(ଶରୀର ରଚନା)ବିଭାଗକୁ ସମର୍ପିତ କରିଛନ୍ତି। ଏଥିପାଇଁ ସେ ଗତ ସମ୍ବଲପୁର ସହରରେ ଥିବା ସର୍ବ ପୁରାତନ ସାମାଜିକ ଅନୁଷ୍ଠାନ ‘ଉତ୍ସର୍ଗ’ ସହିତ ଚୁକ୍ତି କରିଥିଲେ। ଏହି କ୍ରମରେ ମୃତ ଲବଙ୍ଗଲତାଙ୍କ ସର୍ବାଙ୍ଗ ଶରୀରକୁ ଆଜି ବୁର୍ଲା ଭିମସାର ଏନାଟୋମି ବିଭାଗକୁ ପ୍ରଦାନ କରାଯାଇଥିଲା।ଏହି ସମୟରେ ତାଙ୍କ ୩ ଝିଅ ଗୀତାରାଣୀ ନାୟକ,ମମତା ନାୟକ,ଜିତାରାଣୀ ନାୟକ ଓ ଉତ୍ସର୍ଗର ପ୍ରଶାନ୍ତ ପାଟ୍ଟଯୋଶୀ,ରଜନୀକାନ୍ତ ନାଗ,ପ୍ରଣବାନନ୍ଦ ଦାନୀ,ପ୍ରବୀଣ ଦୀକ୍ଷିତ ଉପସ୍ଥିତ ରହିଥିଲେ।ଲବଙ୍ଗଲତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇବା ସହିତ ତାଙ୍କ ଏହି ମହାନ ଶରୀର ଦାନକୁ ନେଇ ଉତ୍ସର୍ଗ ଅନୁଷ୍ଠାନ ତାଙ୍କ ନିକଟରେ ସାଲୁଟ ଜଣାଉଛି।ଏଠାରେ ସୂଚନା ଯୋଗ୍ୟଯେ ତାଙ୍କ ସ୍ୱାମୀ ବଂଶୀଧର ପତି ମଧ୍ୟ ଅନୁରୂପ ଭାବେ ନିଜର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଶରୀର ଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ