Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନର ବିଷୁବ ମିଳନ ଉତ୍ସବରେ ସମ୍ମାନିତ ହେବେ ୫ ପ୍ରତିଭା

ବ୍ରହ୍ମପୁର;ଓଡିଶାର ସର୍ବ ପୁରାତନ ସାପ୍ତାହିକ ଖବରକାଗଜ ‘ନବୀନ’ ର ୨୬ତମ ବିଷୁବମିଳନ ସମାରୋହ ଆଗାମୀ ମେଷ ସଂକ୍ରାନ୍ତି ଏପ୍ରିଲ ୧୪ ତାରିଖ ଦିନ ଅପରାହ୍ନ ୩ଘ.୩୦ମି.ସମୟରେ ବ୍ରହ୍ମପୁର ଇଂଜିନିୟରିଂ ଛକସ୍ଥିତ ନବୀନ ଭବନ ପରିସରରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ନବୀନର ସଂପାଦକ ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ସମାଜରେ ବିଭିନ୍ନ ସ୍ଥରରେ କାର୍ଯ୍ଯ କରୁଥିବା ପ୍ରତିଭାସମ୍ପନ୍ନ ବ୍ଯକ୍ତି ବିଶେଷଙ୍କୁ ‘ନବୀନ ବିଷୁବ ସମ୍ମାନ-୨୦୨୪’ ରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏକ ଚୟନ କମିଟିର ନିଷ୍ପତ୍ତି ପ୍ରକାରେ ସମାଜସେବୀ ତଥା ବରିଷ୍ଠ ଶିକ୍ଷାବିତ୍ କାମରାଜୁ ମହାରଣା’ ଗଞ୍ଜାମର ଲୋକକଳା ଗୁରୁ ସନ୍ତୋଷ କୁମାର ପାଢୀ(ଭାରତ ଲୀଳ),ଅନ୍ଯତମ ଗୁରୁ ଗୋକୁଳାନନ୍ଦ ପ୍ରଧାନ (ପ୍ରହଲ୍ଲାଦ ନାଟକ),ସାମ୍ବାଦିକା ବିଷ୍ଣୁପ୍ରିୟା ଓ ସାମ୍ବାଦିକ ତଥା ଆଇନ ଜୀବି ସତ୍ଯ ନାରାୟଣ ବେହେରା ଙ୍କୁ ସମ୍ମାନିତ କରାଯିବ। ଏଇ ବୈଠକରେ ସାଧାରଣ ସଂପାଦକ ସୁଶାନ୍ତ କୁମାର କର,ଇଂ.ମାନସ ରଂଜନ ତ୍ରିପାଠୀ,ଶିକ୍ଷାବିତ ରଂଜନ କୁମାର ସାହୁ,କାର୍ଯ୍ଯକାରୀ ସଭାପତି କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ,ଶିକ୍ଷାବିତ୍ ଅଶୋକ କୁମାର ଦଳାଇ,ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ